ପ୍ରଫେସର ଭି . ସର୍ବେଶ୍ୱର ରାଓ ଙ୍କ ପରଲୋକ

0
140

ବ୍ରହ୍ମପୁର,୦୯/୦୩/୨୦୨୪:
ପ୍ରଫେସର ଭି . ସର୍ବେଶ୍ୱର ରାଓ (୭୩ ବର୍ଷ)ଙ୍କ ଗତ ରାତିରେ ଏମ.କେ.ସି.ଜି.ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧୀନ ଅଵସ୍ଥାରେ ହୃଦଘାତ ପରଲୋକ ହୋଇଯାଇଛି। ଧର୍ମପତ୍ନୀ ଶ୍ରୀମତୀ ମଞ୍ଜୁଶ୍ରୀ ପଟ୍ଟନାୟକ,ଏକ ମାତ୍ର ପୁତ୍ର ଅଭିଶେକ, ବୋହୁ ଶ୍ରୀମତୀ ସୁଚିସ୍ମିତା ଦାସ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସ୍ବର୍ଗତ ରାଓଙ୍କ ଅନ୍ତିମ ଶଯ୍ୟା ନିକଟରେ ଥିଲେ।ପ୍ରଫେସର ରାଓ ଦୀର୍ଘଦିନ ଧରି ଅଧ୍ୟାପନା କରିବା ଅବସରରେ ଛତ୍ରପୁର, ଗଞ୍ଜାମ, ନୂଆପଡା,ଦିଗପହଣ୍ଡି କଲେଜରେ ଅଧ୍ୟାପକ ଥିଲେ ଏବଂ ବ୍ରହ୍ମପୁର ସିଟି କଲେଜରେ ଅଧ୍ୟକ୍ଷ ରହି ଅବସର ଗ୍ରହଣ କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ପରିଚାଳନା ବେଳେ ସେ ସ୍କ୍ୱାର୍ଡ ରେ ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପ୍ରଫେସର ରାଓଙ୍କ ବିୟୋଗରେ ଶିକ୍ଷାବିତ ଶ୍ରୀ ବିଜୟ ମିଶ୍ର, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ,ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରକାଶ ପଟ୍ଟନାୟକ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here