ଗୋଳନ୍ଥରା ଥାନା ଅଞ୍ଚଳରେ ଦେହ ବ୍ୟବସାୟ ଠାବ,ତିନି ପୁରୁଷ, ଦୁଇ ମହିଳା ଅଭିଯୁକ୍ତ ଗିରଫ

0
92

ବ୍ରହ୍ମପୁର,୧୦/୦୩/୨୦୨୪: ଗୋଳନ୍ଥରା ପୁଲିସ୍ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏହି ଥାନା ଅନ୍ତର୍ଗତ ହଳଦିଆପଦର ରାଳବ ରୋଡ଼ ୬ଲାଇନ୍ ରେ ଥିବା ରାକେଶ ପାତ୍ର ଙ୍କ ଭଡ଼ା ଘରେ ରହୁଥିବା ଜୈନିକ ମହିଳାଙ୍କ ଘରେ ଅଚାନକ ପୁଲିସ ଟିମ୍ ଚଢ଼ାଉ କରି ତିନି ପୁରୁଷ ଦୁଇ ମହିଳା ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଜୈନିକ ମହିଳା ଘର ଭଡା ନେଇ ବିଭିନ୍ନ ଅଞ୍ଚଳରୁ ମହିଳା ମାନଙ୍କୁ ଆଣି ସେମାନଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ବେଆଇନ ଭାବେ ବହୁ ଦିନ ଧରି ଦେହ ବ୍ୟବସାୟ ଚଳାଉଥିଲେ। ବିଗତ ରାତ୍ର ଚଢ଼ାଉ କରି ଦୁଇ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ସୋରଡ଼ା ର ପଦ୍ମଲାଭ ସାହୁ, ସୋରଡ଼ା ଥାନା ଖାରିଗୁଡ଼ା ଗ୍ରାମର ଆଲୋକ କୁମାର ଗୁରୁ,ଏବଂ ଭଞ୍ଜନଗର ର ଲେଡି ମାଷ୍ଟର ଡ଼ନ ସାଗରିକା ପଣ୍ଡା କୁ ଆଜି ଗିରଫ ହୋଇ କୋର୍ଟକୁ ପଠାଯାଇଛି। ପୀଡିତା ଝିଅ ମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଏବଂ ସୁରକ୍ଷା ପାଇଁ ଆଶ୍ରୟ ଗୃହକୁ ପଠାଯାଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ମାନଙ୍କ ଠାରୁ ତିନୋଟି ମୋବାଇଲ୍ ଫୋନ୍ ସହ ନଗଦ ୨୧ହଜାର ଶହେ ଟଙ୍କା ଏବଂ ବ୍ୟବହୃତ ତଥା ଅବ୍ୟବହୃତ କଣ୍ଡୋମ୍ ଉଦ୍ଧାର କରାଯାଇ ଜବତ କରାଯାଇଛି। ଏନେଇ ଥାନା କେଶ ନଂ ୧୦୨/୨୪ ମାମଲା ରୁଜୁ କରି ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି।

LEAVE A REPLY

Please enter your comment!
Please enter your name here