ରାଜ୍ୟ କ୍ୟାବିନେଟ୍ ଦ୍ଵାରା ଅନୁମୋଦିତ ମୁଣ୍ଡାମୁଣ୍ଡି ଅବସରକାଳୀନ ଅର୍ଥରାଶି ପ୍ରଦାନ କୁ ରାଜ୍ୟ ନୂତନ ଅନୁଦାନ ପ୍ରାପ୍ତ ମାଧମିକ ଶିକ୍ଷକ କର୍ମଚାରୀ ସଂଘ ପ୍ରତ୍ୟାଖ୍ୟାନ ।

0
104

ବ୍ରହ୍ମପୁର,୧୦/୦୩/୨୦୨୪:ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ମୁଣ୍ଡାମୁଣ୍ଡି ଅବସର କାଳୀନ ସୁବିଧା (ଶିକ୍ଷକମାନଙ୍କୁ ୬ ଲକ୍ଷ
ଓ ଅଣଶିକ୍ଷକଙ୍କୁ ୪ ଲକ୍ଷ ଏକକାଳୀନ ପ୍ରଦାନ)କୁ ଅନୁମୋଦନ କରାଯାଇଛି । ରାଜ୍ୟ ରାଜ୍ୟ ନୂତନ ଅନୁଦାନ ପ୍ରାପ୍ତ ମାଧମିକ ଶିକ୍ଷକ କର୍ମଚାରୀ ସଂଘ ତରଫରୁ ଏହି ଘୋଷଣାନାମାକୁ ଦୃଢ ବିରୋଧ କରାଯାଇଛି । ଗତକାଲିର ପେନ୍‌ସନ୍ ସମ୍ବନ୍ଧରେ ଘୋଷଣାନାମା ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀମାନଙ୍କୁ ମର୍ମାହତ କରିଛି । ଦୀର୍ଘ ୩୬ ବର୍ଷକାଳ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖି ମୁଣ୍ଡାମୁଣ୍ଡି ପେନ୍‌ସନ୍ ଘୋଷଣା କରିବା ଏକ ଗଣତନ୍ତ୍ର ପ୍ରେମୀ,ପ୍ରଜାମଙ୍ଗଳକାରୀ, ସୁଶାସନ ଦେଉଛୁ ବୋଲି କହୁଥିବା ସରକାରଙ୍କ ପକ୍ଷରେ ଶୋଭନୀୟ ନୁହେଁ ବୋଲି ଶିକ୍ଷକ ମହଲରେ ଆଲୋଚନା ହେଉଅଛି । ତେଣୁ ସଂଘ ତରଫରୁ ଦୃଢ ଦାବୀ କରାଯାଇଛି।ଉଲ୍ଲେଖଯୋଗ୍ୟ ଯେ, ଗତକାଲିର କ୍ୟାବିନେଟ୍ ଅନୁମୋଦନକୁ ସରକାର ପ୍ରତ୍ୟାହାର କରି ସରକାରଙ୍କ ପ୍ରଚଳିତ ପୁରୁଣା ଅବସରକାଳୀନ ସୁବିଧା ପ୍ରଦାନ କରି ଶିକ୍ଷକ ଓ କର୍ମଚାରୀ ମହଲରେ ଆସ୍ଥାଭାଜନ ହୋଇପାରିବେ । ନଚେତ୍ ସଂଘ ତରଫରୁ ଆଜି ଏହି ଘୋଷଣାନାମା କୁ ପ୍ରତ୍ୟାଖ୍ୟାନ କରି ଭବିଷ୍ୟତରେ ସରକାରଙ୍କ ସମସ୍ତ କାର୍ଯ୍ୟରେ ଶିକ୍ଷକ ଓ କର୍ମଚାରୀ ମାନେ ଅସହଯୋଗ କରିବେ ବୋଲି ଦୃଢ ନିଷ୍ପତି ଗ୍ରହଣ କରାଯାଇଛି ।ଆଜିର ଏହି ବୈଠକରେ ରାଜ୍ୟ ସଭାପତି କଳିଙ୍ଗ କେଶରୀ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ପତି, ଉପସଭାପତି ପଦ୍ମ ଚରଣ ପ୍ରଧାନ, ଗଞ୍ଜାମ ଜିଲ୍ଲା ସଭାପତି ବିଭୁ ପ୍ରସାଦ ପଣ୍ଡା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ସଂଗଠନ ସମ୍ପାଦକ ସୁଶାନ୍ତ ନାୟକ, ଏସ୍. ବିଶ୍ଵନାଥ, ନୀଳାମ୍ବର ମହାପାତ୍ର, କୈଳାଶ ପତି ଦାଶ, ସୁବ୍ରତ କୁମାର ସାହୁ, ସଞ୍ଜୟ ପାଳ, ପ୍ରଦୀପ କୁମାର ପଣ୍ଡା, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବିପ୍ର ଚରଣ ସାହୁ, ଦୀନବନ୍ଧୁ ସ୍ୱାଇଁ, ବିଭୂତି ଦାସ, କୈଳାଶ ଚନ୍ଦ୍ର ସାହୁ,ନେତାମାନେ ଉପସ୍ଥିତ ରହି ସରକାରଙ୍କ ଏହି ହୀନମାନତ୍ୟା ପ୍ରଭୃତି ଶିକ୍ଷକ
ନୀତିକୁ ଦୃଢ ନିନ୍ଦା କରିଥିଲେ ।

LEAVE A REPLY

Please enter your comment!
Please enter your name here