ବୁଗୁଡା ୧୩/୩/୨୪ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡିର ନୂତନ ଗୃହକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୩ ତାରିଖ ଦିନ ଭରଚୁଆଲ ମୁଡ଼ରେ ଉଦଘାଟନ କରିଛନ୍ତି। ରାଜ୍ୟର ୧୬ ଗୋଟି ପୋଲିସ୍ ଜିଲ୍ଲାର ୨୯ ଗୋଟି ଥାନା,ଫାଣ୍ତି ଓ ଏସଡିପିପ କାର୍ଯ୍ୟାଳୟର ନବନିର୍ମିତ ଗୃହକୁ ଭିଡିଓ କନଫେରନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ସେଥିମଧ୍ୟରୁ ଗଞ୍ଜାମଜିଲ୍ଲାର ବୁଗୁଡା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡିର ନୁତନ କାର୍ଯ୍ୟାଳୟ ଅନ୍ୟତମ। ବହୁ ବର୍ଷ ଧରି ବାଲିପଦର ଫାଣ୍ତି ଭଡା ଘରେ ଚାଲିଥିବା ବେଳେ ମାର୍ଚ୍ଚ ୧୩ ତାରିଖ ଠାରୁ ନିଜସ୍ଵ ଗୃହରେ କାର୍ଯ୍ୟାଳୟ ଆରମ୍ଭ ହୋଇଥିବା ଯୋଗୁଁ ସମସ୍ତେ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ, ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ ଚନ୍ଦ୍ର ବଡଜେନା ଓ ଏସଡିପିଓ ସୁଧିର କୁମାର ଜେନା, ବୁଗୁଡା ପୋଲିସ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ବାଲିପଦର ଫାଣ୍ତି ଓଆଇସି ସମୀର କୁମାର ବେହେରା, ବୁଗୁଡା ପୋଲିସ ଥାନା ସବଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ସମେତ ବରିଷ୍ଠ ସମାଜସେବୀ ମଦନ ଗୋପାଳ ଦୋରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଖଲି ପରିଡା, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନଙ୍କ ସମେତ ବହୁ ଲୋକପ୍ରତିନିଧି, ବୁଦ୍ଧିଜୀବୀ , ଜନସାଧାରଣ ଏବଂ ବୁଗୁଡା ପୋଲିସ ଥାନା ଓ ବାଲିପଦର ଫାଣ୍ଡି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।