Home ବ୍ରହ୍ମପୁର ସ୍ପେଶାଳ ମହାମାୟୀ ମହିଳା ମହାବିଦ୍ୟାଳୟର ନୂତନ କାମ୍ପସ୍‌ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ମହାମାୟୀ ମହିଳା ମହାବିଦ୍ୟାଳୟର ନୂତନ କାମ୍ପସ୍‌ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

0
127

ବ୍ରହ୍ମପୁର,୧୪/୦୩/୨୦୨୪:ସ୍ଥାନୀୟ
ମିନାକ୍ଷୀ ନଗର ଠାରେ ମହାମାୟୀ ମହିଳା ମହାବିଦ୍ୟାଳୟର ନୂତନ କାମ୍ପସ୍‌ ପ୍ରତିଷ୍ଠା ହୋଇଯାଇଛି। ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଲୋକସଭା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସମସ୍ୟ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଫେସର ଅରୁନ୍ଧତି ରଥ, ଏବଂ ପୂର୍ବତନ ପରିଚାଳନା କମିଟି ଅଧ୍ୟକ୍ଷ ଡ. ବାବୁଜୀ ସାମଲ ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ଭାବେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଗୀତାରାଣୀ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ଟି. ତ୍ରିପତି ପାତ୍ର, ଜେ ଶ୍ରୀନିବାସ ରାଓ ଯୋଗଦେଇଥିଲେ ।କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀଙ୍କ ପୌରହିତ ରେ ହୋମ ଯଜ୍ଞ ଏବଂ ହନୁମାନ ଚାଳିଶା ଅନୁଷ୍ଠିତ ହୋଇ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଏବଂ ଛାତ୍ରୀବୃନ୍ଦ ଯୋଗ ଦେଇଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!