ବ୍ରହ୍ମପୁର,୧୫/୦୩/୨୦୨୪:ଆଜି ଏସ୍.ୟୁ.ସି. ଆର୍(କମ୍ୟୁନିଷ୍ଟ) ପାର୍ଟି ନେତୃତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ବ କାର୍ଯ୍ୟାଳୟ ସମ୍ମୁଖରେ
ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିଶେଷ ଭାବରେ କରୋନା ମହାମାରୀ ପରଠାରୁ ଖଟିଖୁଆ, ମେହନତୀ, ଶ୍ରମଜୀବୀ, ସାଧାରଣ
ଡାକିରୀଆ ନିମ୍ନ ମଧ୍ୟବିତ୍ତ ମଧ୍ୟବିତ୍ତଙ୍କ ଅର୍ଥନୈତିକ ସ୍ଥିତି ଆହୁରି ଅଧିକ ବିପର୍ଯ୍ୟସ୍ତ ହେବା ସହିତ ତାଙ୍କ ଦୈନିନ୍ଦିନ ଜୀବନଯାପନ ପେଟପାଟଣା ଆହୁରି ଦୁର୍ବିସହ ହୋଇପଡିଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦରଦାମ ବଢିଛି କିନ୍ତୁ ତା’ ତୁଳନାରେ ଆୟ ବଢିନି କିମ୍ବା ଯାହା ବଢିଛି ଅତ୍ୟନ୍ତ ନଗଣ୍ୟ । ବରଂ ଅଧିକାଂଶ କାମ ହରାଇଛନ୍ତି । ଏହିପରି ପରିସ୍ଥିତିରେ ସ୍ମିମ ୱାର୍କର ମାନଙ୍କ ଅବସ୍ଥା ଏବଂ ବିଶେଷ ଭାବେ ବିଦ୍ୟାଳୟମାନଙ୍କରେ କର୍ମରତ ପାଚିକା-ସହାୟିକାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଆଜି ପର୍ଯ୍ୟନ୍ତ ସେମାନେ ମାସିକ ୧୪ ଶହ ଟଙ୍କାରେ କାମ କରୁଛନ୍ତି । ସରକାର ଗତ ୨୦୧୮ ମସିହାରେ ୬୦୦ ଟଙ୍କା ବୃଦ୍ଧି କରିଥିଲେ କିନ୍ତୁ ତାହା ଆଜି ଯାଏଁ ମିଳି ନ ଥିଲା ବେଳେ ପୁନଶ୍ଚ ଏବେ ସରକାର ସେହି ବର୍ଷିତ ୬୦୦ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ କ୍ଷେତ୍ରରେ ମଧ୍ୟ ଅବସ୍ଥା ସାଙ୍ଘାତିକ । ସରକାର ୧୪,୩୭୯ ସରକାରୀ ସ୍କୁଲ କ୍ଲୋଜର-ମର୍କର କହି ବନ୍ଦ କରି ଦେଇଛନ୍ତି । ସ୍କୁଲ କଲେଜରେ ଆବଶ୍ୟକ ପରିମାଣର ଶିକ୍ଷକ, ଅଧ୍ୟାପକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର, ନର୍ସ, ଡାକୁରୀ ଉପକରଣ ଅଭାବ । ଦିନକୁଦିନ ଦରଦାମ ବଢୁଛି, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ଯୁତର ଦରମଧ୍ୟ ବଢ଼ିବାରେ ଲାଗିଛି । ଏହିପରି ପରିସ୍ଥିତିରେ ପାଚିକା ସହାୟିକା ମାନଙ୍କ ଉପଯୁକ୍ତ ପରିମାଣର ପାରିଶ୍ରମିକ ବୃଦ୍ଧି କରିବା
ସହିତ ତାଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା ବନ୍ଦ ହୋଇଥିବା ସମସ୍ତ ସରକାରୀ ବିଦ୍ୟାଳୟ ପୁନଃ ଖୋଲି ନାମଲେଖା ପ୍ରକ୍ରିୟା ଆରମ୍ଭ କରିବା, ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ଖାଲି ପଡିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ପଦବୀ ସ୍ଥାୟୀଭିତ୍ତିରେ ପୂରଣ କରିବା,ଏମ୍.କେ.ସି,ଜି ଡାକ୍ତରଖାନା ସମେତ ଅନ୍ୟାନ୍ୟ ଡାକ୍ତରଖାନାରେ ଖାଲିପଡିଥିବା ଡାକ୍ତର,ନର୍ସ, ଶିକ୍ଷା କର୍ମଚାରୀ ତୁରନ୍ତ ପୂରଣ କରିବା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆସ୍କା ଚିନି ଶିଳ୍ପ ଲବଣ ଶିଳ୍ପ କୀଆ ଶିଳ୍ପର ପୁନଃରୁଦ୍ଧାର ସହିତ ଉନ୍ନତିକରଣ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଶିଳ୍ପଗୁଡିକର ନିର୍ମାଣ କରି କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା,ଏମ୍.ଏସ୍.ପିକୁ ଆଇନର ମାନ୍ୟତା ଦେବା ସହିତ ଚାଷୀମାନଙ୍କ ପାଇଁ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ,ଶୀତଳ ଭଣ୍ଡାର ନିର୍ମାଣ ଏବଂ ରିହାତିରେ କୃଷି ଉପକରଣ ବିହନ, ସାର,କୀଟନାଶକ ଯୋଗାଇ ଦେବା, ନାରୀ ନିର୍ଯ୍ୟାତନା ବନ୍ଦ କରିବା ସହିତ ମଦମାଦକ ଦ୍ରବ୍ୟ, ଅଶ୍ଳୀଳତା, ନଗ୍ନତା ଅପସଂସ୍କୃତି ର ପ୍ରଚାର ପ୍ରସାର ବନ୍ଦ କରିବା ଆଦି ଆଠ ଦଫା ଦାବି ସମ୍ବଳିତ ଦାବି ପତ୍ର ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା ସହିତ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, ଶୁଭସ୍ମିତା ପାଣିଗ୍ରାହି, କିଷାନ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଜନଜୀବନର ଜ୍ବଳନ୍ନ ସମସ୍ୟା ଓ ପାଚିକାମାନଙ୍କର ବିଭିନ୍ନ ସମସ୍ୟା ନେଇ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ