ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ।ଯେଉଁ ଦଳରେ ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦା ନାହିଁ ସେହି ଦଳରେ ରହି ଲୋକଙ୍କ ସେବା କରିବା ଅସମ୍ଭବ । ୨୪ବର୍ଷର ବିଜୁ ଜନତା ଦଳରେ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି : ତ୍ରିନାଥ ଗମାଙ୍ଗ

0
130

ଭୁବନେଶ୍ୱର,୧୫/୦୩/୨୦୨୪: ଯେଉଁ ଦଳରେ ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦା ନାହିଁ ସେହି ଦଳରେ ରହି ଲୋକଙ୍କ ସେବା କରିବା ଅସମ୍ଭବ । ୨୪ବର୍ଷର ବିଜୁ ଜନତା ଦଳରେ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଅନ୍ୟପଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଗତ ୧୦ବର୍ଷରେ ଭାରତବର୍ଷ ଆଜି “ବିଶ୍ୱ ନେତୃତ୍ୱ ରାଷ୍ଟ୍ର”ଭାବେ ଅଗ୍ରସର ହେବାରେ ଲାଗିଛି । ମୋଦିଜୀଙ୍କ ଶାସନରେ ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତା ବିଜେପିରେ ସାମିଲ ହେଉଛନ୍ତି । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ରାୟଗଡା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଗମାଙ୍ଗଙ୍କ ସହ ନଚିକେତ ସାହୁ, ବାବୁ ପାତ୍ର, ଲାଲି ସାହୁ, ସୁନୀଲ ଶବର, ମାଧବ ନାଗ, ବି ମୂରଲୀ, ଏମ୍ ନୀଳମଣି, ମଧୁସୂଦନ ଶବର, ଚନ୍ଦନ ଶବର ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲାର ବିଶିଷ୍ଟ ଯୁବ ସମାଜସେବୀ ଦୀପ୍ତି ରଞ୍ଜନ ମହାରଣା ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସବୁ ଭୁଷୁଡି ଯାଇଛି । ନିର୍ବାଚିତ ଜନପ୍ରତିନିଧିମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଛି । ଅନ୍ୟ ପଟେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରଙ୍କ ଶାସନ କାଳରେ ବହୁ ଗରୀବକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇଛି । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଧୀରେନ ସେନାପତି, ରାଜ୍ୟ ପ୍ରବକ୍ତା ବ୍ରଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here