ବ୍ରହ୍ମପୁର,୧୫/୦୩/୨୦୨୪: ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏକ କ୍ୟାନ୍ସର ଜନିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ର ସହ ମିଳିତ ଭାବରେ ସାନ୍ ଏବଂ ନିଲ୍ ଫାଉଣ୍ଡେସନ ଏବଂ ଏଚ.ଜି. ସି ପଣ୍ଡା କ୍ୟାନ୍ସର ହସ୍ପିଟାଲ୍, କଟକ ଦ୍ଵାରା ଏହା ଅନୁଷ୍ଠିତ ହୋଇଥିଲା । ଯାହାର ବିଷୟବସ୍ତୁ ଥିଲା କର୍କଟ ସମ୍ବନ୍ଧୀୟ ତଥ୍ୟ” । ଦିନ ପ୍ରାୟ ତିନି ଘଟିକା ସମୟରେ ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ରେ ଏହା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ନାତକୋତ୍ତର ପରିଷଦ ର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିବା ବେଳେ, ମୁଖ ବକ୍ତା ଭାବେ ଏଚ.ଜି. ସି ପଣ୍ଡା କ୍ୟାନ୍ସର ହସ୍ପିଟାଲ କେନ୍ଦ୍ର ରେ କାର୍ଯ୍ୟରତ ଡକ୍ଟର ଶ୍ରୀଗୋପାଳ ମହାନ୍ତି ଯୋଗ ଦେଇଥିଲେ । ରଶ୍ମିରେଖା ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ବିଶ୍ଵବିଦ୍ୟାଳୟ ର ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ଡକ୍ଟର ଶ୍ରୀ ମହାନ୍ତି କର୍କଟ ସଚେତନତା ବିଷୟରେ ସମ୍ବୋଧିତ କରିଥିଲେ । ତାଙ୍କ କହିବା ଅନୁଯାୟୀ ସଚେତନତା ମାଧ୍ୟମରେ ଏବଂ ଆମେ ଖାଉଥିବା ଖାଦ୍ୟ ପେୟର ଡାଏଟ୍ ଜରିଆରେ ଆମେ ୪୦% କ୍ୟାନ୍ସର କୁ ରୋକିପାରିବା । ଏହା ସଙ୍ଗେ ସଙ୍ଗେ ସେ କ୍ୟାନ୍ସର କୁ ଏକ ସ୍ପର୍ଶ ଜନିତ ରୋଗ ନୁହେଁ ବୋଲି କହି ଯୁକ୍ତି ବାଢ଼ି ଏହା ଏକ ଜେନେଟିକ୍ସ ରୋଗ ବୋଲି କହି ଏହାର କିପରି ନିରାକରଣ କରି ହେବ ସେ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ । ଏହା ପରେ ସାନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ ଅଧ୍ୟକ୍ଷ ଧର୍ମା ରାଓ କ୍ୟାନ୍ସର ଭଳି ଘାତକ ରୋଗ ଉପରେ ନିଜର ମତାମତ କୁ ଅତି ସଂକ୍ଷିପ୍ତ ରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଅତିଥି ମାନଙ୍କୁ ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଟି ବିଶ୍ଵବିଦ୍ୟାଳୟ ର ମହିଳା ଅଧ୍ୟୟନ ବିଭାଗ ଗବେଷଣା କେନ୍ଦ୍ର ର ନିର୍ଦ୍ଦେଶିକା ଡ଼ ବନ୍ଦିତା କୁମାରୀ ପଣ୍ଡା ଙ୍କ ତ୍ଵତ୍ତ୍ୱାବଧାନରେ ପରିଚାଳିତ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା ବାଗ୍ମୀ ପ୍ରିୟଦର୍ଶିନୀ ଧନ୍ୟବାଦ୍ ଅର୍ପଣ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ । ଏହି କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ରେ ବିଶ୍ଵବିଦ୍ୟାଳୟ ର ବିଭିନ୍ନ ବିଭାଗ ର ଅଧ୍ୟାପକ, ଅଧ୍ୟାପିକା ଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ।