ଏମକେସିଜି ଆଉଟସୋର୍ସିଂ କର୍ମଚାରୀ ସଂଘ ର ସାଧାରଣ ପରିଷଦ ବୈଠକ।କାର୍ଯ୍ୟକାରୀ କମିଟି ପୁନଃର୍ଗଠିତ

0
106

ବ୍ରହ୍ମପୁର,୧୬/୦୩/୨୦୨୪:ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସପିଟାଲ ରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ସଂଘ ର ସାଧାରଣ ପରିଷଦ ବୈଠକ ଆଜି ମେଡିକାଲ ପରିସରରେ ଥିବା ହନୁମାନ ମନ୍ଦିର ଠାରେ ସଙ୍ଘର ରାଜେନ୍ଦ୍ର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ଅଧୀନରେ ନାନାଦି ଅସୁବିଧାରେ କର୍ମଚାରୀମାନେ କାର୍ଯ୍ୟ କରୁଥିବା ବେଳେ ନିକଟରେ ରାଜ୍ୟ ସରକାର ୨୫ ପ୍ରତିଶତ ଦରମା ବୃଦ୍ଧି ସହ କିଛି ସୁବିଧା ଘୋଷଣାକୁ ସଂଘ ତରଫରୁ ସ୍ୱାଗତ ସହ ସଙ୍ଘର ଆନ୍ଦୋଳନକୁ ସମର୍ଥନ ଦେଇଥିବା ସମସ୍ତ ସହ ସଙ୍ଗଠନ, ଜିଲ୍ଲା ଓ ରାଜ୍ୟର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା I ଚାକିରୀର ସୁରକ୍ଷା ଦାବୀ ସହ ଜିଏସଟି ବାବଦରେ ଦରମାରୁ ୧୮% କାଟିନେବା ଓ ସାମାଜିକ ସୁରକ୍ଷା ଆଦି ଦାବିଗୁଡିକୁ ସରକାର ପୁନର୍ବାର ଅଣଦେଖା କରିଥିବାରୁ ସେନେଇ ଆଗାମୀ ଦିନରେ ଆନ୍ଦୋଳନ ଜାରୀ ରଖିବାକୁ ସଙ୍ଘରେ ନିଷ୍ପତ୍ତି ହୋଇଥିଲା I ବର୍ତ୍ତମାନ କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ବିଭିନ୍ନ ଅସଙ୍ଗତିକୁ ପ୍ରତିହତ କରିବା ପାଇଁ ସଙ୍ଘର ସାଙ୍ଗଠନିକ ସୃଦୁଢତା ସହ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ସର୍ବସମ୍ମତ୍ତି କ୍ରମେ ପ୍ରାରିତ ହୋଇଥିଲା I ସର୍ବଭାରତୀୟ ଶ୍ରମିକ ସଙ୍ଘଠନ ଆଇଏଫଟିୟୁ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରୁଥିବା ଏହି ସଙ୍ଘର ପଞ୍ଜିକରଣ ପ୍ରକ୍ରିୟା ପାଇଁ କମିଟିର ପୁନଃର୍ଗଠନ କରାଯାଇ ସର୍ବସମ୍ମତ୍ତି କ୍ରମେ ଏକ ପରିବର୍ଦ୍ଧିତ କମିଟି ଚୟନ କରାଗଲା I ନୂତନ କମିଟିରେ ଅତିରିକ୍ତ ୯ ଜଣ ସଦସ୍ୟଙ୍କୁ ସାମିଲ କରାଗଲା I ସଙ୍ଘର ଉପସଭାପତି ପି. ରମେଶ ରାଓଙ୍କ ଦ୍ୱାରା ସମ୍ପାଦକୀୟ ବିବରଣୀ ପଠନ କରା ଯାଇଥିବା ବେଳେ, କୋଷାଧକ୍ଷ ଟି. ସୁଜିତ ପାତ୍ରଙ୍କ ଦ୍ୱାରା ପୂର୍ବ ହିସାବ ଆଗତ କରାଯାଇଥିଲା I ଉକ୍ତ ସାଧାରଣ ପରିଷଦ ବୈଠକରେ ସଙ୍ଘର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆଉଟସୋରସି୍ଂ କର୍ମଚାରୀ ଫେଡେରେସନର ରାଜ୍ୟ ଆବାହକ ତଥା ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ସଭାପତି ସି. ଏଚ. ସୁନୀଲ ପାତ୍ର, ସମ୍ପାଦକ ଏନ. ନିରଞ୍ଜନ ଦାସ, ସହ ସମ୍ପାଦକ ପି.ଜୟରାମ ରାଓ, ବି.ବିଷ୍ଣୁ ଚରଣ, ବି. ଚନ୍ଦ୍ର ପାତ୍ର, ଆନନ୍ଦ ମିଶ୍ର, ଶଶାଙ୍କ ପଣ୍ଡା, ଚିତ୍ତରଞ୍ଜନ ସାହୁ, ସନାତନ ନାୟକ, ନନ୍ଦିନୀ ସାମନ୍ତରାୟ, ରାଧିକା ବିଷୋୟୀ, ଶ୍ରୀନିବାସ ପାତ୍ର, ସୁନିତା ସାହୁ, କେଦାର ନାୟକ, କାନ୍ହୁ ନାୟକ, ମାଣିକ କୋଠିଆ ପ୍ରମୁଖ ପରିଚାଳନା କରିଥିଲେ I

LEAVE A REPLY

Please enter your comment!
Please enter your name here