ବନ ବିଭାଗ ପକ୍ଷରୁ ମହୁ ଚାଷ ପାଇଁ ତାଲିମ ଶିବିର

0
121

ବୁଗୁଡ଼ା ୧୬/୦୩/୨୪ ଘୁମୁସର ଦକ୍ଷିଣ ବନ ଖଣ୍ତ ଅଧିକାରୀ ବିନୋଦ ଆଚାର୍ଯ୍ଯଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ବୁଗୁଡା ବନାଞ୍ଚଳରେ କାର୍ଯ୍ୟାଳୟ ପରିସରରେ ମହୁ ଚାଷ ତାଲିମ୍ ଶିବିର ଅନୁଷ୍ଟିତ ହୋଇଯାଇଛି । ବୁଗୁଡା ବନାଞ୍ଚଳ ଇଲାକାରେ ବସବାସ କରୁଥିବା ମହିଳା ଓ ପୁରୁଷ ଲୋକମାନେ ଯେପରି ରୋଜଗାରକ୍ଷମ ହୋଇ ପାରିବେ ସେଥିପାଇଁ ବୁଗୁଡା ବନବିଭାଗ ପକ୍ଷରୁ ତାଲିମ୍ ଶିବିର ଅନୁଷ୍ଟିତ ହୋଇଥିଲା। ଏହି ତାଲିମ୍ ଶିବିରରେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦିପ କୁମାର ମିଶ୍ର, ବିଟିଏମ ଅମରେନ୍ଦ୍ର ମହାପାତ୍ର, ଭିଏସ୍ ଡାକ୍ତର ସାଇଶିବ ଶତପଥି ସାଧନ କର୍ମୀଭାବେ ଯୋଗଦେଇ ଶିବିରରେ ଯୋଗଦେଇଥିବା ଏସଏଚଜି, ସିଆଇଜି, ପିଓପି ଗ୍ରୁପର ମାଆ’ମାନଙ୍କୁ ମହୁଚାଷ ସହିତ କୁକୁଡା ପାଳନ, ପନିପରିବା ଚାଷ, ମାଛ ଚାଷ ପ୍ରଭୃତି ଚାଷ ବିଷୟରେ ତାଲିମ୍ ଦେଇଥିଲେ। ଏହାଦ୍ୱାରା ଗୃପର ସଦସ୍ୟାମାନେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବାରେ ସହାୟକ ହୋଇପାରିବେ। ଗୃପର ସଦସ୍ୟାମାନେ ଚାଷ କାର୍ଯ୍ଯ କରିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ସହାୟତା ରାଶି ଯୋଗାଇ ଦିଆ ଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here