ମେରା ପେହଲା ଭୋଟ୍ ଦେଶ କେ ଲିଏ : ଏନ ଏସ ଏସ ଦ୍ୱାରା ସଚେତନତା ରାଲି

0
96

ପୋଲସରା,୧୬/୩/୨୦୨୪: ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ୨୦୨୪ ସାଧାରଣ ନିର୍ବାଚନ ପାଇଁ ପୋଲାସାରା ସାଇନ୍ସ କଲେଜର ଜାତୀୟ ସେବା ଯୋଜନାର ତିନୋଟି ୟୁନିଟ୍ ପକ୍ଷରୁ ୧୫ ମାର୍ଚ୍ଚରେ ଏକ ସଚେତନତା ରାଲିର ଆୟୋଜନ ହୋଇଯାଇଛି। ଏନଏସଏସ ପୁରୁଷ, ମହିଳା ଏବଂ କୋ-ୟୁନିଟ୍ ସହଯୋଗରେ ପୋଲାସରାର ସାଇନ୍ସ କଲେଜ ପକ୍ଷରୁ ଏହି ସଚେତନତା ରାଲିକୁ କଲେଜ ପ୍ରିନ୍ସପାଲ ପ୍ରମୋଦ କୁମାର ରଥ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ସେକ୍ ଫରିଦ (କୋ-ୟୁନିଟ୍), ପ୍ରକାଶ ଚନ୍ଦ୍ର ସାହୁ (ପୁରୁଷ ୟୁନିଟ୍), ବସନ୍ତ କୁମାର ପାଣି (ମହିଳା ୟୁନିଟ୍) ପରିଚାଳନା କରିଥିଲେ। ଏହି ରାଲିରେ ୧୨୦ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ପୋଲାସରା ବ୍ଲକ ଛକ, ପୁରୁଣା ବ୍ୟାଙ୍କ ଛକ, ହାଇସ୍କୁଲ ଛକ, ତୋଟାସାହି ଏବଂ ଦେବୀ ନଗର ସାହିରେ ଏହି ରାଲି ପରିକ୍ରମା କରିଥିଲା।

LEAVE A REPLY

Please enter your comment!
Please enter your name here