ବୁଗୁଡା ୧୭/୩/୨୪ ଭୋଜିଖାଇ ନିଜ ଗ୍ରାମକୁ ଫେରିବା ସମୟରେ ଭାରସାମ୍ୟ ହରାଇ ଅଟୋ ଓଲଟି ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଛକ ନିକଟରେ। ଏହି ଅଟୋ ରିସ୍କାରେ ଚାଳକଙ୍କୁ ମିଶାଇ ୧୩ ଜଣ ଥିଲେ। ଦୁର୍ଘଟଣାରେ ସମସ୍ତ ୧୩ ଜଣ ଆହାତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଛନ୍ତି ଡ୍ରାଇଭର, ୩ ଜଣ ଶିଶୁ , ୭ ଜଣ ମହିଳା ଓ ୨ ଜଣ ପୁରୁଷ। ସନସ୍ତ ୧୩ ଜଣ ଆହାତଙ୍କୁ ବୁଗୁଡା ପୋଲିସ୍ ସହାୟତାରେ ଲକ୍ଷ୍ମୀ ବସରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସମସ୍ତ ଆହାତ ବର୍ତ୍ତମାନ ବୁଗୁଡା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଆହାତ ଗୋଟିଏ ପରିବାର ବୋଲି ଜଣାପଡିଛି । ବ୍ରହ୍ମପୁର ସିଦ୍ଧାର୍ଥ ନଗର ସାହିର ଏହି ଆହତ ବ୍ୟକ୍ତି ମାନେ ବୁଗୁଡା ନିକଟସ୍ଥ ପଙ୍କଳସାହି ଗ୍ରାମକୁ ନିଜର ସମ୍ପର୍କୀୟଙ୍କ ଭୋଜିରେ ଯୋଗଦେଇ
ଫେରୁଥିବା ବେଳେ ପଙ୍କଳସାହି ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା। ଯାହା ଫଳରେ ସମସ୍ତ ଆରୋହି ଆହାତ ହୋଇଥିଲେ। ବୁଗୁଡା ପୋଲିସ୍ ଅଟୋକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।