ମହାମାୟୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଅବସରକାଳୀନ ବିଦାୟ ସମର୍ଥନ ପ୍ରଦାନ

0
111

ବ୍ରହ୍ମପୁର,୩୧/୦୩/୨୦୨୪: ସ୍ଥାନୀୟ
ମହାମାୟୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଡକ୍ଟର ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଶନିବାର ଦିନ ମହାବିଦ୍ୟାଳୟ ତରଫରୁ ଅବସରକାଳୀନ ବିଦାୟ ସମର୍ଥନ ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷା କବିତା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବନ୍ଧନ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡକ୍ଟର କୁଳମଣୀ ଓଝା,ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ଯୁକ୍ତ ୨ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ସୁଶାନ୍ତ କୁମାର ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଧାନଙ୍କୁ ସମ୍ବନ୍ଧିତ କରିଥିଲେ। ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀରାଣୀ ପଣ୍ଡା ଓ ଡକ୍ଟର ମମତା ପାଢ଼ୀଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here