ବୁଗୁଡା ୨/୪/୨୪ ବୁଗୁଡା ସହରରେ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସହ ଉତ୍କଳ ଦିବସ ପାଳନ ଏପ୍ରିଲ ୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଚନ୍ଦନ ଏଜୁକେସନାଲ ଅଣ୍ଡ ଚାରିଟିବୁଲ ଟ୍ରଷ୍ଟର ଚେୟାରମ୍ୟାନ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଲୋକଗୀତ ଗାୟକ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ନାଟ୍ୟକାର ମେଜର ରମା ଚରଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ଡୁରା କଲେଜର ପୂର୍ବତନ ପ୍ରିନ୍ସପାଲ ବନମାଳୀ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାନୁଷ୍ଠାନର ପରାମର୍ଶଦାତା ତଥା ଶିକ୍ଷାବିତ ସୁରେଶ ଚନ୍ଦ୍ର ଦାସ ଓ ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ଏ.ଜାନକିରାଣୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗ ଦର୍ଶନ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ବାଲଗୋପାଳ ଶତପଥୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଖଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।