ବୁଗୁଡା ୦୨/୦୪/୨୪ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କେନ୍ଦ୍ର ସଭାପତି ଜେପି ନଡ୍ଡା ପୁଣି ଦ୍ବିତୀୟ ଥରପାଇଁ ପୋଲସରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କୁ ମନୋନୀତ କରିଛନ୍ତି। ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ମଲ୍ଲିକଙ୍କ ଉପରେ ଆସ୍ଥା ପ୍ରକଟ କରି ଆଶୀର୍ବାଦ ପ୍ରଦାନ କରିଥିବା ଯୋଗୁଁ ପୋଲସରା ନିର୍ବାଚନ ମଣ୍ଡଳୀ ନେତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଖୁସି ବନାଇଥିବା ଦେଖିବାକୁ ମିଳିଛି। ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ପୁନର୍ବାର ପ୍ରାର୍ଥୀ ପାଇଁ ସୁଯୋଗ ମିଳିବା ପରେ ଶ୍ରୀମଲ୍ଲୀକ ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ପୂଜାର୍ଚ୍ଚନା କରିଥିଲେ। ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଦେବାସହ ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ମଧ୍ଯ ଆଶୀର୍ବାଦ ଭିକ୍ଷା କରିଥିଲେ। ଘୋଷଣା ପରେ ସମର୍ଥକ ମଧ୍ୟରେ ହରି କୃଷ୍ଣ ସାହୁ, ନୀଳମାଧବ ସାହୁ, ରାଜେନ୍ଦ୍ର ପାତ୍ର, ପ୍ରଶ୍ନ କୁମାର ଡାକୁଆ, ସନ୍ତୋଷ କୁମାର ଭୋଳ, ଦିଲ୍ଲୀପ କୁମାର ପ୍ରଧାନ, କେଦାର ମହାରଣା, ପଞ୍ଚାନନ ସାହୁ, ରମେଶ ସାହୁ, ସତ୍ୟନାରାୟଣ କୁଣ୍ଡ, ରିଙ୍କୁ ସ୍ବାଇଁ , ସରୋଜ ଗୌଡ଼, ମେଘା ସାହୁ, ଚନ୍ଦନ ମହାରଣା, ଦୀପକ ପଲାଇ,ଲକ୍ଷ୍ମଣ ସାହୁ, ହୃଷିକେଶ ପଣ୍ଡା ,ରବିନ୍ଦ୍ର କୁମାର ପାତ୍ର, ନାରାୟଣ ବେହେରା, ବିଦେଶୀ ବେହେରା, ରାମଚନ୍ଦ୍ର ପ୍ରଧାନ ସମେତ ବହୁ ବିଜେପି କର୍ମୀ ମାନେ ଶ୍ରୀ ମଲ୍ଲିକଙ୍କ ବୁଗୁଡ଼ା ସ୍ଥିତ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି।