ବ୍ରହ୍ମପୁର,୦୩/୦୪/୨୦୨୪: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥିଙ୍କ ଅନୁମତିରେ ଅନୁଷ୍ଠିତ ଏହି ପାଠଚକ୍ରରେ “ମଲେକୁଲାର ବାଇଓଲୋଜୀ” ଶୀର୍ଷକ ବିଷୟରେ ଦ୍ୱିତୀୟ ବର୍ଷ ଛାତ୍ରୀ ଭାର୍ଗବୀ ବିଶ୍ଵାଳ ଓ ଦିପ୍ତି ରାଣୀ ଦଳେଇ ସନ୍ଦର୍ଭ ପାଠ କରିଥିଲେ । ଏଥି ରେ ବିଭାଗୀୟ ମୁଖ୍ୟା ଡଃ ଅମିତା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲାବେଳେ ଅଧ୍ୟାପିକା ସ୍ୱର୍ଣ୍ଣଲତା ପଟ୍ଟନାୟକ, ସବିତା ବାରିକ, ଡେମନଷ୍ଟେଟର ପ୍ରିୟଦର୍ଶନୀ ମେକାପ, ଅନିତା ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀମାନଙ୍କ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ ହେଇଥିଲା । +୩ ଶେଷବର୍ଷର ସମସ୍ତ ଛାତ୍ରୀ ସହ ପ୍ରଥମ ଏବଂ ଦ୍ଵିତୀୟ ବର୍ଷର ଛାତ୍ରୀମାନେ ଉପସ୍ଥିତ ରହି ପାଠଚକ୍ରକୁ ସାଫଲ୍ୟ କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ମହାମାୟୀ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର ସହ ଶେଷବର୍ଷ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା