୨୦୧୬ ବ୍ୟାଚ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

0
114

ବୁଗୁଡା ୫/୪/୨୪ ବୁଗୁଡା ବ୍ଲକ ଅନ୍ତର୍ଗତ ଦଦରାଖୋଲ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୧୬ ବ୍ୟାଚ ଅଷ୍ଟମ ଶ୍ରେଣୀର ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ଏପ୍ରିଲ ୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପୂର୍ବତନ ଶିକ୍ଷକ ବୃନ୍ଦ ଏ.ଦିଗମ୍ବର ସୁବୁଦ୍ଧି, ସିନୁ ପାତ୍ର ଓ ଶଙ୍କର ନାୟକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗନ୍ତାୟତ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଗୁରୁଚରଣ ନାୟକ, ଗୀତାଞ୍ଜଳୀ ପ୍ରଧାନ, ପୁଷ୍ପାଞ୍ଜଳି ପରିଡା ଓ ସନ୍ତୋଷିନୀ ନାୟକଙ୍କ ସମେତ ପାଚିକା ଓ ସହାୟିକା ଯୋଗଦେଇଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ମୋ ସ୍କୁଲ କାର୍ଯ୍ୟକ୍ରମ ସହ ପିଲାମାନଙ୍କ ସମାଜ ଓ ପରିବାର ପ୍ରତି କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here