ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଗୋସାଇଁନୂଆଗାଁ ଠାରେ ସମ୍ବର୍ଦ୍ଧନା

0
100

ବ୍ରହ୍ମପୁର, ୦୫/୦୪/୨୦୨୪ : ଗୋସାଇଁନୂଆଗାଁ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଜନତା ମଇଦାନ ଠାରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଗୋସାଇଁନୂଆଗାଁ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗୋସାଇଁନୂଆଗାଁ ମାଟିର ପୁଅ ତଥା ବିଜେପି ପକ୍ଷରୁ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନି ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ସଂଯୋଜକ ସୁନିଲ କୁମାର ସାହୁ ସଂଯୋଜନା କରିଥିବା ବେଳେ ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ ସ୍ୱାଗତ ଭାଷଣ ରଖିଥିଲେ । ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କ ଜନ୍ମଦିନ ଅବସରରେ ଗୋସାଇଁନୂଆଗାଁ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ସହ ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଥିବା ରାଜ୍ୟ ସରକାରଙ୍କ ପ୍ରତି ଲୋକେ ଅତିଷ୍ଠ ହୋଇ ଗଲେଣି ଏବେ ପରିବର୍ତ୍ତନର ଆବଶ୍ୟକତା ଜରୁରୀ ହୋଇପଡ଼ିଛି ଏବଂ ନେତୃତ୍ୱ ବଦଳିବା ଦରକାର ବୋଲି ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ନିଜ ବକ୍ତବ୍ୟ ରଖିବା ସହ କେନ୍ଦ୍ର ସରକାର ୨୦୧୪ ଠାରୁ ୨୦୨୪ ଦଶ ବର୍ଷ ମଧ୍ୟରେ ଓଡ଼ିଶାକୁ ୧୯ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକଟି ଯୋଜନା ଗୁଡିକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ସବକା ସାଥ୍ ସବକା ବିକାଶ ସବକା ପ୍ରୟାସ ଏବଂ ସବକା ବିଶ୍ୱାସର ଗୁରୁମନ୍ତ୍ର ନେଇ ଲୋକ ମାନଙ୍କ ପାଖରେ ପହଞ୍ଚିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ସହରର ଜନସାଧାରଣଙ୍କୁ ଗତ ପଚିଶି ବର୍ଷ ମଧ୍ୟରେ ଏହି ରାଜ୍ୟ ସରକାର ମୈଳିକ ସୁବିଧାଟିଏ ମଧ୍ୟ ଦେଇପାରିଲେ ନାହିଁ । ଆମେ ବ୍ୟକ୍ତିତ୍ବ, ନେତୃତ୍ବ, ସହଯୋଗ, ସେବା ଏବଂ ବିକାଶମୂଳକ ଏଜେଣ୍ଡା ନେଇ ମୈଦାନକୁ ଓହ୍ଲାଇବୁ ।‌ ଲୋକ ବିଚାର କରିବେ । ରାଜ୍ୟରେ ଡ଼ବଲ୍ ଇଞ୍ଜିନ୍ ସରକାର ଗଠନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଅବକି ବାର୍ ଚାରିଶହ ପାର୍ ଲକ୍ଷ୍ୟ ମଧ୍ୟରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରକୁ ସାମିଲ୍ କରିବା ପାଇଁ ଡ଼ଃ ପ୍ରଦୀପ ପାଣିଗ୍ରାହୀ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ଲୋକସଭା ସଂଯୋଜକ ସରୋଜ ସାବତ,ବରିଷ୍ଠ ନେତା ସୁରେଶ ପାଢ଼ୀ,ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ରଥ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜା ନନ୍ଦ ବିଶ୍ଵାଳ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭl ସରସ୍ଵତୀ ଦେବୀ, ବାଳକୃଷ୍ଣ ସାମନ୍ତରା,ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଲା,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ, କେ.ଟୁଙ୍ଗରୁ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ଯୁବ ନେତା ଏଲ୍.ମୋହନ ଦାସ,ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ମୋନିତା ଦାସ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ଗୋସାଇଁନୂଆଗାଁର ସମସ୍ତ ଗ୍ରାମବାସୀଙ୍କ ସମେତ ବିଜେପି ନେତୃବୃନ୍ଦ ଏବଂ ମିଡ଼ିଆ ବନ୍ଧୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here