ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ଉପଯୁକ୍ତ ପ୍ରାର୍ଥୀ ସଙ୍କଟ।ବ୍ରହ୍ମପୁର ବାସୀ କାହାକୁ ଦେବେ ଭୋଟ

0
172

ବ୍ରହ୍ମପୁର,୦୬/୦୪/୨୦୨୪:ଆସନ୍ତା ମେ ୧୩ ତାରିଖରେ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ଉଭୟ ନିଜ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେଡି ପକ୍ଷରୁ ୫ଥର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟ ଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପକ୍ଷରୁ ଯୁବ ନେତା କେ.ଅନୀଲ କୁମାର ଙ୍କୁ ପ୍ରାର୍ଥୀ କରିଛି। ତେବେ ନାମାଙ୍କନ ଦାଖଲ ବେଳେ ଆଉ କିଛି ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଆସିବେ ବୋଲି ଆଶା ଅଛି।ନିର୍ବାଚନ ପାଇଁ ଦିନ ଯେତେ ପାଖେଇ ଆସୁଛି, ସେତେ ଭୋଟର ମନରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାର କେନ୍ଦ୍ର ବିନ୍ଦୁ ତଥା ସମସ୍ୟା ବହୁଳ ବ୍ରହ୍ମପୁର ସହର ସଚେତନ ଭୋଟର ମାନ ଚଳିତ ଥର ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରାର୍ଥୀଙ୍କ ର ବିଗତ ବର୍ଷ ଗୁଡିକ ର କାର୍ଯାବଳୀ ସମ୍ପର୍କରେ ସମୀକ୍ଷା କରି ଉପଯୁକ୍ତ ପ୍ରାର୍ଥୀ ଙ୍କୁ ଭୋଟ ଦେବା ପାଇଁ ଗୁରୁତ୍ୱ ଦେଉଛନ୍ତି। ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ୧୯୯୫ ମସିହାରେ ଜନତା ଦଳ ପକ୍ଷରୁ ଏବଂ ପରେ ୨୦୦୦,୨୦୦୪,୨୦୦୯ ଏବଂ ୨୦୧୪ ମସିହା ରେ ବିଜେଡି ଦଳ ପକ୍ଷରୁ କ୍ରମାଗତ ଭାବେ ୫ ଥର ନିର୍ବାଚିତ ହୋଇ ବିଧାୟକ ହୋଇସାରିଛନ୍ତି। ଏବେ ପୁଣି ୫ ବର୍ଷ ର ବିରତି ପରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇ ଚଳିତ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି।
ଚ୍ୟାଉପଟ୍ଟନାୟକ ଜଣେ ଅତି ସରଳ ଏବଂ ଶାନ୍ତ ପ୍ରିୟ ବ୍ୟକ୍ତି ଭାବରେ ବ୍ରହ୍ମପୁର ବାସୀ ଙ୍କ ଅନୁକମ୍ପା ମୁଳକ ଭୋଟ ପାଇ ୫ଥର ବିଧାୟକ ହୋଇ ପାରିଛନ୍ତି୍। ତେବେ ସେ ଶାସକ ଦଳ ର ୫ ଥର ର ବିଧାୟକ ହୋଇ ସମସ୍ୟା ବହୁଳ ବ୍ରହ୍ମପୁର ସହର ପାଇଁ କୌଣସି ବିକାଶ ମୁଳକ କାର୍ଯ୍ୟ କରିବା ତ ଦୂରର କଥା,କୌଣସି ମୌଳିକ ସମସ୍ୟା ର ସମାଧାନ କରିପାରି ନାହାନ୍ତି। ମେଡିକାଲ ସମସ୍ୟା ଠାରୁ ଆରମ୍ଭ କରି ରାସ୍ତା ଘାଟ ଭଳି ଅନେକ ସମସ୍ୟା ର ଲମ୍ବା ତାଲିକା ବ୍ରହ୍ମପୁର ବାସୀ ପ୍ରତ୍ୟେକ ଦିନ ଅନୁଭବ କରୁଛନ୍ତି। ସେ ଶାସକ ଦଳ ର ବିଧାୟକ ଭାବେ ଅନେକ କିଛି ବିକାଶ ମୁଳକ କାର୍ଯ୍ୟ କରିବାର ଅପୂର୍ବ ସୁଯୋଗ ଥାଇ ମଧ୍ୟ ନିଜର ଆନ୍ତରିକତା ଅଭାବ ରୁ ବ୍ରହ୍ମପୁର ସହର ପାଇଁ କୌଣସି ଗଠନମୂଳକ କାର୍ଯ୍ୟ କରିନାହାଁନ୍ତି। ଚ୍ୟାଉ ବାବୁ ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ହୋଇନଥିବା କାରଣ ରୁ ବ୍ରହ୍ମପୁର ର ବିକାଶ ପାଇଁ ଆନ୍ତରିକତା ର ଅଭାବ ରଖିଥିବା ବ୍ରହ୍ମପୁର ବାସୀ ଅନୁଭବ କରୁଛନ୍ତି।ବୟସାଧିକ ଚ୍ୟାଉ ବାବୁ ୫ବର୍ଷ ର ବିରତି ପରେ ପୁଣି ବ୍ରହ୍ମପୁର ବାସୀ ଙ୍କ ଅନୁକମ୍ପା ମୁଳକ ଭୋଟ ପାଇ ପୁଣି ବିଧାୟକ ହେବା ଆଶା ବାନ୍ଧି ରଖିଛନ୍ତି। ତେଣେ ପରିଣତି ବୟସରେ ଚ୍ୟାଉ ବାବୁ ନିର୍ବାଚନ ରେ ବିଜୟ ଲାଭ କରିଲେ ସେ ଆଉ କେଉଁ ପ୍ରକାର ବ୍ରହ୍ମପୁର ର ବିକାଶ କରିପାରିବେ ବୋଲି ଜନସାଧାରଣ ମନରେ ପ୍ରଶ୍ନ ଉଙ୍କି ମାରିଛି।ସେପରି ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା କେ.ଅନୀଲ କୁମାର ୨୦୦୩ ମସିହାରେ ବ୍ରହ୍ମପୁର ପୌରପାଳିକା ରେ କାଉନସିଲର ଏବଂ ୨୦୦୮ ମସିହାରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ।ପରେ ୨୦୧୩ ମସିହାରେ ନିଜ ଭଉଣୀ କେ.ମାଧବୀ ଙ୍କୁ ରାଜନୀତି କୁ ଆଣି ବ୍ରହ୍ମପୁର ମହାନଗର ନିଗମ ର ମେୟର ଭାବେ ଅଧିଷ୍ଠିତ କରିବା ରେ ସକ୍ଷମ ହୋଇପାରିଥିଲେ।ତାହା ସହ ସେ ତତ୍କାଳୀନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟ ଙ୍କ ପ୍ରତିନିଧି ଭାବେ ରହି ଉଭୟ ଭାଇଭଉଣୀ ବ୍ରହ୍ମପୁର ମହାନଗର ନିଗମ କୁ ନିଜ ଅଧିନ ରେ ରଖିପାରିଥିଲେ।ତେବେ ଉଭୟ ଭାଇଭଉଣୀଙ୍କ ମହାନଗର ନିଗମ ର କାର୍ଯ୍ୟକାଳ ମଧ୍ୟରେ ଦକ୍ଷତା ବିହୀନ ଏବଂ ଅପରିଣାମଦର୍ଶି କାର୍ଯ୍ୟ ଯୋଗୁଁ ସହର ର ବିକାଶ ବହୁ ପଛରେ ପଡିଥିଲା। ଉକ୍ତ ୫ ବର୍ଷ ମଧ୍ୟରେ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟ ହୋଇପାରିନଥିଲା।ବରଂ ସହର ର ସମସ୍ୟା ସେମିତି ହିଁ ରହିଗଲା। ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡି ଦଳରୁ ବିତାଡିତ ହୋଇ ବିଭିନ୍ନ ପ୍ରକାର ରାଜନୈତିକ ଆକ୍ରୋଶ ରେ ଶିକାର ତଥା ବିଜେଡି କର୍ମୀ ଙ୍କ ଦ୍ବାରା ଅଣ୍ଡା ମାଡ ହୋଉ ବା କଳା ପତାକା ଦେଖାଇବା ଭଳି ଅସମୟରେ କେ.ଅନୀଲ କୁମାର ପ୍ରଦୀପ ପାଣିଗ୍ରାହୀ ଙ୍କ ପାଖେ ପାଖେ ରହିବା ସହ ନିଜର ଆନୁଗତ୍ୟ ଦେଖାଇଛନ୍ତି। ଯାହାକି ବର୍ତ୍ତମାନ ସମୟରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କେ.ଅନୀଲ କୁମାର ଙ୍କୁ ବିଜେପି ରୁ ବିଧାନସଭା ପ୍ରାର୍ଥୀ ପାଇଁ ଟିକଟ ପ୍ରଦାନ ରେ ସହଯୋଗ କରି ପୁରଷ୍କୃତ କରିଛନ୍ତି। ଯଦ୍ବାରା ବିଜେପି ପକ୍ଷରୁ କେ.ଅନୀଲ କୁମାର ଙ୍କ ପ୍ରାର୍ଥୀତ୍ବ ବ୍ରହ୍ମପୁର ବାସୀ ଙ୍କ ଉପରେ ବୋଝ ଲୋଦି ଦିଆଗଲା ପରି ସାଧାରଣ ରେ ଆଲୋଚନା ଆରମ୍ଭ ହୋଇଗଲାଣି। ଏପରି ସ୍ଥିତିରେ ସଚେତନ ବ୍ରହ୍ମପୁର ବାସୀ କେଉଁ ପ୍ରାର୍ଥୀ ଙ୍କୁ ଭରସା ଯୋଗ୍ୟ ତଥା ପସନ୍ଦ ର ବିଧାୟକ ଭାବେ ନିର୍ବାଚିତ କରାଇବେ ତାହା ଭୋଟ ଦାନ ପରେ ଜଣାପଡିବ।

LEAVE A REPLY

Please enter your comment!
Please enter your name here