ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ “ଭାରତୀୟ ଶିକ୍ଷା ପଦ୍ଧତି ଓ ସେୟାର ବଜାର” ପ୍ରସଙ୍ଗ ରେ ଆଲୋଚନାଚକ୍ର

0
95

ବ୍ରହ୍ମପୁର,୦୬/୦୪/୨୦୨୪:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ଏକ ଦିବସୀୟ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଜେଲ ୱାନ ର ସହକାରୀ ପ୍ରବନ୍ଧକ ଶ୍ରୀ ଦେବୀପ୍ରସାଦ ମିଶ୍ର “ଭାରତୀୟ ଶିକ୍ଷା ପଦ୍ଧତି ଓ ସେୟାର ବଜାର ରେ ବୁଝାବଣା , ଡେରିଭେଟିବ ଅପ୍ସନ ଓ ଫ୍ୟୁଚର ” ପ୍ରସଙ୍ଗରେ ଶିକ୍ଷାଦାନ ଦେଇଥିଲେ। ପ୍ରାଚୀନ ଭାରତୀୟ ବ୍ୟବସାୟ ଠାରୁ ଆରମ୍ଭ କରି ବର୍ତମାନର ଆଧୁନିକ ବ୍ୟବସାୟ ଯୁଗରେ କିପରି ସଫଳତା ସହ ବ୍ୟବସାୟ କରିପାରିବା, ବିଶେଷ କରି ସେୟର ବଜାର ନୂତନ ବୁଝାବଣା ପଦ୍ଧତି ଯଥା ଆଗରୁ ଟି + ୧ , ପରିବର୍ତ୍ତରେ ଏବେ ଟି+୦ ଦିନରେ ଅର୍ଥ ବୁଝାବଣା ପଦ୍ଧତି ର ଗ୍ରହଣ, ଡେରିଭେଟିବ ଅପ୍ସନ ଓ ଫ୍ୟୁଚର ର ବ୍ୟବହାର ଉପରେ ଆଲୋକପାତ କରିଥିଲେ| ଶେଷରେ ଛାତ୍ର ଛାତ୍ରୀଙ୍କ ସହ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରଖା ଯାଇଥିଲା | ପରେ ପରେ ଧନ୍ୟବାଦ ଅର୍ପଣ ସହ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ବିଭାଗୀୟ ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ଏହିକର୍ଯ୍ୟକ୍ରମ ଟି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ସ୍ନାତକୋତ୍ତର ବିଭାଗ ସମୂହ ର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଉପଦେଶ କ୍ରମେ ଆୟୋଜନ କରାଯାଇଥିଲା | ବିଭାଗର ସଂଯୋଜକ ଡଃ ମହେଶ୍ୱର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଓ ବିଭାଗର ଅନ୍ୟାନ ଅଧ୍ୟାପକ ଓ ଅଧ୍ୟାପିକା ଗଣ ଯଥା: ଡଃ ବି ଭେଙ୍କଟେଶ୍ୱର ରାଓ, ଡଃ ଚନ୍ଦ୍ରିକା ପ୍ରସାଦ ଦାଶ, ଶକ୍ତି ରଞ୍ଜନ ଦାଶ, ଡଃ ଜିନତା ପଟ୍ଟନାୟକ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତା ସହ ଆୟୋଜନା କରାଯାଇଥିଲା |

LEAVE A REPLY

Please enter your comment!
Please enter your name here