ଚିକିଟି,୦୮/୦୪/୨୦୨୪:ନୂଆଗାଁ ଥାନା ପାତ୍ରପୁର ବ୍ଲକ ଆମୁଣ୍ଡି ଗ୍ରାମରେ ଗ୍ୟାସ ଟ୍ୟାଙ୍କି ଫାଟି ଚାରି ଜଣ ଗୁରୁତର ହୋଇଥିବାବେଳେ ସାତ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚାରି ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।ଗ୍ରାମର ପ୍ରଶାନ୍ତ ବେହେରାଙ୍କ ପତ୍ନୀ ରୋଷେଇ କରୁଥିବାବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯିବା ସହ ବିସ୍ଫୋରଣ ଯୋଗୁଁ ଚାଳ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ଶ୍ରୀକାନ୍ତ କୁମାର ବେହେରା, ସିଧେଶ୍ୱର ବେହେରା, କିରଣ ବିଷୋୟୀ, ଅମନ ପଟ୍ଟନାୟକ, ରିଙ୍କୁ ବେହେରା,ଗଣେଷ ବେହେରା, ସୁଜିତ ବେହେରା, ଶିବରାମ ବେହେରା, ଜଗନ୍ନାଥ ପଣ୍ଡା ନିଆଁ ଲିଭାଇବା ପାଇଁ ଚେଷ୍ଟା କରି ଆହତ ହୋଇଥିବାବେଳେ ପ୍ରଥମ ଚାରିଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।