ପକ୍ଷୀ ପାଇଁ ପାଣି କୁଣ୍ଡ ବଣ୍ଟନ ସହ ସିଡ୍ ବ୍ୟାଙ୍କ ସଂଗ୍ରହ ପାଇଁ ବୈଠକ ଅନୁଷ୍ଠିତ

0
104

ବ୍ରହ୍ମପୁର,୨୭/୦୪/୨୦୨୪ : ବର୍ତ୍ତମାନ ଗ୍ରୀଷ୍ମ ଋତୁ ର ଆଗମନ ହୋଇ ସାରିଛି। ଏହି ସମୟରେ ମୁଖ୍ୟତଃ ପକ୍ଷୀ ମାନେ ପିଇବା ପାଇଁ ପାଣି ନ ମିଳିବାରୁ କିଛି ନିଜର ଜୀବନ ହାରୁଛନ୍ତି ତ କିଛି ପକ୍ଷୀ ମୂର୍ମସ ହୋଇ ପଡ଼ି ରହୁଛନ୍ତି। ସେହିପରି ଏହି ସମୟରେ ବିଭିନ୍ନ ଫଳ କୁ ଖାଦ୍ୟ ରୂପେ ଲୋକେ ବ୍ୟବହାର କରିଥାନ୍ତି। କିନ୍ତୁ ସେଥିରୁ ବାହାରୁଥିବା ମଞ୍ଜି ବହୁ ଉପଯୋଗୀ ହୋଇଥିଲେ ମଧ୍ୟ ତାହାର ବ୍ୟବହାର ନ କରି ତାହାକୁ ଅନାବଶ୍ୟକ ଭାବେ ଫୋପାଡି ଦେଉଛନ୍ତି। ଏହି ଉଭୟ ବିଷୟକୁ ନେଇ ଏକ ସଚେତନତା ବୈଠକ ସ୍ଥାନୀୟ ଆନ୍ଧ୍ର ମହିଳା ସମାଜମ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାନମ୍ ମାନମ ବ୍ରହ୍ମପୁର ଦ୍ଵାରା ଆୟୋଜିତ ଏହି ବୈଠକରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ସାହୁ, ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ସାଗର କୁମାର ପାତ୍ର ଯୋଗ ଦେଇ ସମସ୍ତଙ୍କୁ ସଚେତନତା କରିଥିଲେ। ଗ୍ରୀଷ୍ମ ସମୟରେ ଘରେ ଖାଦ୍ୟ ରୂପେ ବ୍ୟବହାର କରୁଥିବା ଫଳ ର ମଞ୍ଜିକୁ ସଂଗ୍ରହ କରି ତାହାକୁ ବ୍ୟବହାର କରି ଗଛ ର ଚାରା ପ୍ରସ୍ତୁତ କରାଯାଇ ପାରିବ। ଯାହା କି ପରବର୍ତ୍ତୀ ସମୟରେ ବୃକ୍ଷ ରୋପଣ ରେ ସହାୟକ ହେବ। କିମ୍ବା ତାହାକୁ ସଂଗ୍ରହ କରି ପାହାଡ ମାନଙ୍କ ରେ ପକାଇବା ଦ୍ଵାରା ସେଠୀ ଜଙ୍ଗଲ ସୃଷ୍ଟି କରାଯାଇ ପାରିବ ବୋଲି ସେ କହିଥିଲେ। ଏହା ସମସ୍ତେ ଯଦି ଉକ୍ତ ମଞ୍ଜି କୁ ସଂଗ୍ରହ କରି ସବୁଜ ବାହିନି କୁ ପ୍ରଦାନ କରନ୍ତି ତେବେ ସେମାନେ ତାହାକୁ ପାହାଡ ମାନଙ୍କରେ ପୋତିବା ପାଇଁ ପ୍ରୟାସ କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ସେହିପରି ଗ୍ରୀଷ୍ମ ସମୟରେ ଜଳ କଷ୍ଟ ଏକ ପ୍ରମୁଖ ସମସ୍ୟା ପାଲଟି ଥାଏ। ଏହା ଉଭୟ ମନୁଷ୍ୟ ପାଇଁ ଯେତେ ଜରୁରୀ ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ସେତେ ଜରୁରୀ ରହିଛି। ତେବେ ଗ୍ରୀଷ୍ମ ସମୟରେ ନିଜ ଘର ଛାତ ଉପରେ ହେଉ କିମ୍ବା ଘର ବାଲକୋନୀରେ ହେଉ ପାତ୍ର ଟିରେ ପାଣି ରଖିବା ଦ୍ଵାରା ପକ୍ଷୀଙ୍କ ପିଇବା ପାଇଁ ଏହା ବେଶ୍ ଉପଯୋଗୀ ହୋଇଥାଏ। ତେବେ ଏହି ଅବସରରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଗୋଟିଏ ଗୋଟିଏ ପାଣି କୁଣ୍ଡ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିଲା। ସେହିପରି ଚଳିତ ଗ୍ରୀଷ୍ମ ଋତୁରେ ସମସ୍ତେ ଏହି ଶିଡ ବ୍ୟାଙ୍କ୍ ସଂଗ୍ରହ ଅଭିଯାନ କୁ ସଫଳ କରିବାକୁ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ବରିଷ୍ଟ ସାମ୍ବାଦିକ ରାଜନା ଶ୍ରୀନିବାସ ଏହାକୁ ସଂଯୋଜନା କରିଥିବା ବେଳେ ଆନ୍ଧ୍ର ମହିଳା ସମାଜମ ର ସଭାନେତ୍ରୀ ଏମ କାମେଶ୍ଵରି, ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ର ସଭାପତି ପି ସତ୍ୟନାରାୟଣ, କେ କୁସୁମା, କେ ପି କ୍ରିଷ୍ଣା ରାଓ, ଏମ ଭେଙ୍କଟ ରମଣା, ଏ ସତିଶ, ବିଏଚ ବାଳକୃଷ୍ଣ ଶର୍ମା, ଏମ ଚନ୍ଦ୍ର ଶେଖର, ଆର ଶଙ୍କର ରାଓ ଆଚାରି, ଇ.ଶ୍ରୀଦେବୀ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here