ଭୂବନେଶ୍ୱର,୦୧/୦୫/୨୦୨୪:
ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍ ଭାଙ୍ଗିଯାଇଥିଲା। ଏଣୁ ଟେକ୍ଅପ୍ କରିବାର ୧୦ ମିନିଟ୍ ପରେ ବିମାନଟି ଜରୁରୀ ଅବତରଣ କରିଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବିମାନରେ ଥିବା ୧୭୦ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଗନ୍ତବ୍ୟସ୍ଥଳକୁ ପଠାଯିବା ନେଇ ବ୍ୟବସ୍ଥା ହେଉଥିବା କହିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।ଭିସ୍ତାରା ବିମାନଟି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ।
ସୂଚନାମୁତାବକ ଅପରାହ୍ନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ବିମାନ। ଏହି ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଥିଲେ। ବିମାନ ଟେକଅପ୍ କରିବାର ୧୦ ମିନିଟ୍ ପରେ ମଝି ଆକାଶରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିଲା। ଯେଉଁଥିପାଇଁ ବିମାନର ୱିଣ୍ଡସିଲ୍ ଭାଙ୍ଗି ଯାଇଥିଲା। କୁଆପଥର ମାଡ଼ରେ ବିମାନର ଆଗ ପାର୍ଶ୍ୱରେ ଅନେକ ସ୍ଥାନରେ ଚେପା ହୋଇଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପାଇଲଟ୍ ବିମାନକୁ ଆଗକୁ ନେବା ପରିବର୍ତ୍ତେ ଜରୁରୀ ଅବତରଣ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହିତ ଯୋଗାଯୋଗ କରିଥିଲେ। ତା’ପରେ ବିମାନ ଜରୁରୀ ଅବତରଣ କରିଥିଲା।