ଆଦିପୁରରେ ଠାକୁରାଣୀ ଯାତ୍ରା ଓ ୨୪ ପ୍ରହର ନାମଯଜ୍ଞ

0
94

ବୁଗୁଡା, ୦୧/୦୫/୨୦୨୪: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଆଦିପୁର ଗ୍ରାମରେ ମଇ ୧ ତାରିଖରୁ ମା ଠାକୁରାଣୀ ଯାତ୍ରା ସହ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଓ ଗୋଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ବିଶ୍ବର ମଙ୍ଗଳ ପାଇଁ ଆଦିପୁର ଗ୍ରାମବାସୀଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ମଇ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଇ ୪ ତାରିଖରେ ଶେଷ ହେବ। ମଇ ୪ ତାରିଖ ଦିନ ସନ୍ଧ୍ୟାରେ ଆଦିପୁର ଦିବ୍ୟ ଦର୍ଶନ ସଙ୍ଘ ପକ୍ଷରୁ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମଇ ୫ ତାରିଖ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମରେ ନରେନ୍ଦ୍ରପୁରର ମା କରଞ୍ଜେଇ ନାଟ୍ୟ ସଙ୍ଘ ପକ୍ଷରୁ ମହାନ ପୌରାଣିକ ନାଟକ ” ହସେ ଦୁର୍ଯ୍ୟୋଧନ କାନ୍ଦେ ଦ୍ରୌପଦୀ ” ପରିବେଷିତ ହେବ।

LEAVE A REPLY

Please enter your comment!
Please enter your name here