ବ୍ରହ୍ମପୁର,୦୪/୦୫/୨୦୨୪: ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡ ବଲ ଏସୋସିଏନ ତରଫରୁ ଗ୍ରୀଷ୍ମ କାଳୀନ କ୍ୟାମ୍ପ ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ରେ ଆଜି ଠାରୁ ଆରମ୍ଭ ହୋଇଯାଇଛି। ବିଶିଷ୍ଟ କ୍ରିଡାବିତ୍ କେ.ରବି କୁମାର ଙ୍କ ଦ୍ବାରା ଏହି ଗ୍ରୀଷ୍ମ କାଳୀନ ହ୍ୟାଣ୍ଡ ବଲ କ୍ୟାମ୍ପ ଉଦଘାଟନ ହୋଇଥିବା ବେଳେ ହ୍ୟାଣ୍ଡ ବଲ ଏସୋସିଏନ ର ସେକ୍ରେଟାରୀ ସୁରେଶ ପାଢୀ,ହ୍ୟାଣ୍ଡ ବଲ କୋଚ ପ୍ରଶାନ୍ତ ରଥ,ହକି ଖେଳାଳୀ ବିରଲା ମାଝୀ, ସମାଜସେବୀ ମିଟୁ ସାବତ, ଶିଳ୍ପପତି ମିତେନ ଭୂୟାଁ, ସମାଜସେବୀ ପ୍ରିୟବ୍ରତ ପାଣିଗ୍ରାହି,ଶକ୍ତିଧର ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଗ୍ରୀଷ୍ମ କାଳୀନ କ୍ୟାମ୍ପ ରେ ୨୧୦ ଜଣ ଖେଳାଳି ନାମ ଲେଖା କରିଛନ୍ତି।ଏହି କ୍ୟାମ୍ପ ଆସନ୍ତା ଜୁନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡ ବଲ ଏସୋସିଏନ ପକ୍ଷରୁ ସୁଚନା ଦିଆଯାଇଛି।