ବୁଗୁଡା ୮/୫/୨୪ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୁଗୁଡା ପିପୁଲସ କଲେଜର ଦୁଇ ଜଣ ଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଭାଗର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହି ଜଲେଜ ପାଇଁ ଗୌରବ ଆଣିପାରିଛନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ଗ୍ରାମର ନାରାୟଣ ସ୍ୱାଇଁ ଓ ଶାନ୍ତିଲତା ସ୍ବାଇଁଙ୍କ ସୁକନ୍ୟା ଶିବାନୀ ସ୍ୱାଇଁ ମୋଟ ୧୧୩୭ ମାର୍କ ରଖି ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବୁଗୁଡା ବ୍ଲକ ଅନ୍ତର୍ଗତ ବାରିକପଲ୍ଲୀ ଗ୍ରାମର ରଞ୍ଜିତ କୁମାର ବିଷୋୟୀ ଓ ମମତା ବିଷୋୟୀଙ୍କ ସୁକନ୍ୟା ମୌସୁମୀ ବିଷୋୟୀ ମୋଟ ୧୧୩୫ ମାର୍କ ରଖି ନବମ ସ୍ଥାନ ଅଧିକାର କରିଛନ୍ତି। ଗତ ତିନି ବର୍ଷ ଧରି ଲଗାତାର ଭାବେ ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇ କଲେଜ ଓ ଅଞ୍ଚଳ ପାଇଁ ଗୌରବ ଆଣିବା ସହ କଲେଜର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପ୍ରେରଣା ଯୋଗାଇଛନ୍ତି। ଛାତ୍ରୀ ଶିବାନୀ ସ୍ୱାଇଁ ଓ ମୌସୁମୀ ବିଷୋୟୀ ନିଜର ଏହି ସଫଳତା ପାଇଁ ପିପୁଲସ କଲେଜର ଶିକ୍ଷା ବ୍ୟବସ୍ଥା, ପିତା ଓ ମାତାଙ୍କ ପ୍ରେରଣା ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଅକ୍ଷୟ କୁମାର ସାହୁ, ବିନୋଦ କୁମାର କର, ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।