ବ୍ରହ୍ମପୁର,୦୯/୦୪/୨୦୨୪: ଇସ୍କନ ବ୍ରହ୍ମପୁର ଭକ୍ତି ଯୋଗ କେନ୍ଦ୍ର ଦ୍ଵାରା ପ୍ରଗତି -୨୦୨୪ କାର୍ଯ୍ୟକ୍ରମ ସ୍ଥାନୀୟ ଡାଇମଣ୍ଡ ଜୁବିଲୀ ଟାଉନ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପରେ ପରମ ପୂଜ୍ୟ ଭକ୍ତି ପ୍ରେମ ସ୍ବାମୀ ମହାରାଜ (ଇସ୍କନ ସନ୍ନ୍ୟାସୀ, ଗୁରୁ, ଚେୟାରମ୍ୟାନ, ଇସ୍କନ ଉଜ୍ଜୈନ), ପରମ ପୂଜ୍ୟ ଭକ୍ତି ପ୍ରାଣ ଗୋପୀନାଥ ସ୍ବାମୀ ମହାରାଜ(ଅଧ୍ୟକ୍ଷ, ଇସ୍କନ ଆଙ୍କୁଶପୁର), ଶ୍ରୀ ସାତ୍ଵତ ପତି ଦାସ(ଅଧ୍ୟକ୍ଷ, ଇସ୍କନ ଭୁବନେଶ୍ୱର), ଶ୍ରୀ ତୁକାରାମ ଦାସ (ଉପାଧ୍ୟକ୍ଷ, ଇସ୍କନ ଭୁବନେଶ୍ୱର) ଯୋଗଦାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ଅତିଥି ମାନଙ୍କ ଦ୍ଵାରା ହରି କଥା, ଭକ୍ତ ଦୀପକ ପ୍ରଭୁଙ୍କ ଦ୍ଵାରା ସୁନ୍ଦର ଭଜନ, ଭକ୍ତିପୂର୍ଣ୍ଣ ନାଟକ ଏବଂ ପରିଶେଷରେ କୀର୍ତ୍ତନର ଧ୍ଵନି ରେ ସମସ୍ତ ପରିବେଶ ମୁଖରିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ୫୦୦ ରୁ ଉର୍ଦ୍ଧ ଭକ୍ତ ଯୋଗଦାନ ଦେଇ ଶେଷରେ ପ୍ରସାଦ ସେବନ କରିଥିଲେ ।
ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜନସାଧାରଣ ଙ୍କ ମଧ୍ୟରେ ଭକ୍ତି ଭାବ ର ବିକାଶ ।
ଶ୍ରୀ ହରି ପ୍ରସାଦ ଦାସ( ଅଧ୍ୟକ୍ଷ, ଇସ୍କନ ବ୍ରହ୍ମପୁର ଭକ୍ତି ଯୋଗ କେନ୍ଦ୍ର), ଶ୍ରୀ ସୁଦର୍ଶନ ହରି ସେବକ ଦାସ, ଶ୍ରୀ ଆନନ୍ଦ ବର୍ଦ୍ଧନ ଦାସ ଙ୍କ ସମେତ ଅନ୍ୟ ଭକ୍ତ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି ।