ବ୍ରହ୍ମପୁର,୦୯/୦୫/୨୦୨୪:
ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୨୨ତମ ଶ୍ରାଦ୍ଧବାର୍ଷିକୀ ଏବଂ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଆଜି ସ୍ଥାନୀୟ ନୂଆ ବାରେକ୍ସ ସାହିସ୍ଥିତ ତାଙ୍କ ପୁତ୍ର ସାମ୍ବାଦିକ ପ୍ରଶାନ୍ତ ଦାସଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବି, ସାହି ବାସିନ୍ଦାଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ।୧୯୮୦ ମସିହାରେ ସ୍ବର୍ଗତ ଜଗନ୍ନାଥ ଦାସ ଓଡିଶାର ପ୍ରଥମ ବ୍ୟକ୍ତିଥିଲେ ଯିଏକି ,ଫାର୍ମାସୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ପ୍ରଥମ ଏମ. ଏଲ. ସ୍କ୍ରଫ ଜାତୀୟ ପୁରସ୍କାର ପାଇଥିବାବେଳେ ତାଙ୍କ ଉଦ୍ୟମରେ ବ୍ରହ୍ମପୁର ଉପକଣ୍ଠ ମହୁଡା ଠାରେ ଓଡିଶାର ପ୍ରଥମ ଫାର୍ମାସୀ କଲେଜ ପ୍ରତିଷ୍ଠା ହୋଇପାରିଥିଲା। ସ୍ବର୍ଗତ ଦାସ ଏକାଧାରରେ ଜଣେ ସ୍ୱାଧୀନ ସଂଗ୍ରାମୀ, ମିଷ୍ଟଭାସୀ ଓ ପରୋପ କାରୀ ବ୍ୟକ୍ତି ଥିଲେ। ଓଡିଶା ଫାର୍ମାସୀ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ୨୦୦୧ ମସିହାରେ ତତ୍କାଳୀନ ରାଜ୍ୟପାଳ ଏମ. ଏମ. ରାଜେନ୍ଦ୍ରନ ସ୍ବର୍ଗତ ଦାସଙ୍କୁ ଜୀଵନ ବ୍ୟାପି ସଫଳତା (Lifetme Achievement Award) ପୁରସ୍କାରରେ ସମ୍ମାନିତ କରିଥିଲେ ବୋଲି ତାଙ୍କ ପୁତ୍ର ପ୍ରଶାନ୍ତ କୁମାର ଦାସ ପ୍ରକାଶ କରିଥିଲେ।