ବୁଗୁଡା ୧୨/୫/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି। ଆସନ୍ତା ମଇ ୨୦ ତାରିଖ ଦିନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଗୁଡା ଓ ପୋଲସରା ଅଞ୍ଚଳର ବିଭିନ୍ନ ସ୍ଥାନରେ ସମସ୍ତ ଯାନବାହାନ ଗୁଡିକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଅଛି। ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକ ସ୍ତରରେ ବିଭିନ୍ନ ବିଭାଗ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଜାରିରହିଛି। ବୁଗୁଡା ପୋଲିସ ଥାନା ତଥା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ନିମପଦର ଗ୍ରାମର ସରୋଜ ଘଡେଇ ନାମକ ଜଣେ ବ୍ୟକ୍ତି ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଭୁବନେଶ୍ୱର ଯାତ୍ରୀବାହୀ ବସକୁ ଅପେକ୍ଷା କରିଥିଲେ। ସୁଚନା ପାଇ ବୁଗୁଡା ଅବକାରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରୋଜ ଘଡେଇଙ୍କୁ ଗିରଫ୍ କରିବା ସହ ତାଙ୍କଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛନ୍ତି।