ଛତ୍ରପୁର, ୧୩/୦୫/୨୦୨୪: ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ନିୟୋଜିତ ଥିବା ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀଗଣ ଯେଉଁମାନେ ମତଦାନ ଦିବସ ଦିନ ନିଜର ମତ ଦେଇପାରିବେ ନାହିଁ । ସେମାନଙ୍କ ନିମନ୍ତେ ଚଳିତମାସ ୧୪, ୧୫ ଓ ୧୫, ୧୬ ତାରିଖ ଦିନ ପୋଷ୍ଟାଲ ଭୋଟିଂ ବ୍ୟବସ୍ଥା କରାଯାଇଅଛି । ୧୨୪- ପୋଲସରା, ୧୨୫- କବିସୂର୍ଯ୍ୟନଗର, ୧୨୬ – ଖଲ୍ଲିକୋଟ, ୧୩୧- ହିଞ୍ଜିଳି, ୧୩୦- ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଅତ୍ୟାବଶ୍ୟକ ସେବାରେ ଥିବା କର୍ମଚାରୀ ଯଥା ପୋଲିସ୍, ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ, ଦୂର ସଞ୍ଚାର ବିଭାଗୀୟ କର୍ମଚାରୀ ମାନଙ୍କ ମଧ୍ୟରୁ ଯେଉଁମାନେ ଫର୍ମ ୧୨ (ଡି)ରେ ଦରଖାସ୍ତ କରିଥିଲେ ସେମାନଙ୍କ ନିମନ୍ତେ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଇଛି ।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପୋଲସରା ଠାରେ ୧୨୪ ପୋଲସରା ବିଧାନସଭା ନିମନ୍ତେ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କବିସୂର୍ଯ୍ୟନଗର ଠାରେ ୧୨୫- କବିସୂର୍ଯ୍ୟନଗର ବିଧାନସଭା ନିମନ୍ତେ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖଲ୍ଲିକୋଟ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାଟକୁମରଡା ଠାରେ ୧୨୬- ଖଲ୍ଲିକୋଟ ବିଧାନସଭା ନିମନ୍ତେ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହିଞ୍ଜିଳି ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶେରଗଡ ଠାରେ ୧୩୧- ହିଞ୍ଜିଳି ବିଧାନସଭା ନିମନ୍ତେ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଧରାକୋଟ ଠାରେ ୧୩୦- ସାନଖେମୁଣ୍ଡି ବିଧାନସଭା ନିମନ୍ତେ ଚଳିତ ମାସ ୧୪ ଓ ୧୫ ତାରିଖ ଦିନ ପୂର୍ବାହ୍ନ ଘ.୭.୦୦ ସମୟରେ ପୋଷ୍ଟାଲ ବ୍ୟାଲଟ ରେ ଭୋଟ ଦେଇପାରିବେ ।
ସେହିପରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଞ୍ଜନଗର ଠାରେ ୧୨୩- ଭଞ୍ଜନଗର ବିଧାନସଭା ନିମନ୍ତେ, ଉପଖଣ୍ଡ ଚିକିତ୍ସାଳୟ ଆସ୍କା ଠାରେ ୧୨୮- ଆସ୍କା ବିଧାନସଭା ନିମନ୍ତେ ଏବଂ ତହସିଲ କାର୍ଯ୍ୟାଳୟ ସୋରଡା ଠାରେ ୧୨୯- ସୋରଡା ବିଧାନସଭା ନିମନ୍ତେ ଚଳିତ ମାସ ୧୫ ଓ ୧୬ ତାରିଖ ଦିନ ପୂର୍ବାହ୍ନ ଘ.୭.୦୦ ସମୟରେ ପୋଷ୍ଟାଲ ବ୍ୟାଲଟ ରେ ଭୋଟ ଦେଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ଯୋତି ପରିଡା ଜଣାଇଛନ୍ତି ।