ମଥୁରାରେ ଶ୍ରୀକାନ୍ତଙ୍କ ପ୍ରଚାରରେ ପ୍ରବଳ ଜନସମାଗମ

0
131

ପୋଲସରା ୧୫/୫/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ବିଧାୟକ ପ୍ରାର୍ଥୀ ତଥା ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ନିର୍ବାଚନ ପ୍ରଚାରରେ ହଜାର ହଜାର ଜନସାଧାରଣ ଯୋଗଦେଇ ସେମାନଙ୍କ ନିଜର ନେତାଙ୍କୁ ଭଲପାଉଥିବା ପ୍ରମାଣିତ କରିଥିଲେ। ଗୋଟିଏ ପଲ୍ଲୀ ଗ୍ରାମରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରତି ଥିବା ସମର୍ଥନ ଦେଖି ବିରୋଧୀ ହତାଶ ହୋଇଥିବା ଜଣାପଡିଛି। ବିଧାୟକ ଶ୍ରୀସାହୁଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ ଓ ସରପଞ୍ଚ, ସମିତି ମେମ୍ବର, ୱାର୍ଡ ମେମ୍ବରଙ୍କ ସମେତ ଗ୍ରାମବାସୀ ବୃନ୍ଦ ପ୍ରଚାରରେ ଗଲାବେଳେ ମହିଳାମାନେ ହୁଳହୁଳି ଦେଇ ବିଧାୟକଙ୍କୁ ବନ୍ଦାପନା କରୁଥିବା ଦେଖିବାକୁ ମିଳିଥିଲା। ବିଧାୟକ ଶ୍ରୀକାନ୍ତ ସାହୁ ପ୍ରଚାର ସମୟରେ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକାରୀ ପଦକ୍ଷେପ ପ୍ରକାଶ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏଥିସହ ବୁଗୁଡା ବ୍ଳକର କତକଲା ଓ ଜଗତ ପାଟଣା ଗ୍ରାମର ୫୦ ରୁ ଉର୍ଦ୍ଧ୍ବ କର୍ମୀ ଜାତୀୟ ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ ସମସ୍ତ କର୍ମୀଙ୍କୁ ସ୍ୱାଗତ କରିବା ସହ ବିଜେଡିରେ ସାମିଲ କରିଥିଲେ। ଅପରାହ୍ନରେ ବିଧାୟକ ଶ୍ରୀ ସାହୁ କୋଙ୍କରଡା, ଶ୍ରଦ୍ଧାପୁର ଓ ଖଣ୍ଡୁରୁ ଗ୍ରାମରେ ମଧ୍ୟ ନିର୍ବାଚନ ପ୍ରଚାର କରିଥିଲେ।

LEAVE A REPLY

Please enter your comment!
Please enter your name here