କବିସୂର୍ଯ୍ୟନଗର ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ସଫଳତା

0
116

ବ୍ରହ୍ମପୁର,୧୫/୦୫/୨୦୨୪:
ସିବିଏସଇ ଦ୍ଵାରା ପରିଚାଳିତ ୨୦୨୩-୨୪ ଦଶମ ଶ୍ରେଣୀ ପରୀକ୍ଷାରେ କବିସୂର୍ଯ୍ୟନଗର ଆଦର୍ଶ ବିଦ୍ୟାଳୟ ଛାତ୍ର ଓମ୍ ପ୍ରସାଦ ସାହୁ ୯୭ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ଏହି ସଫଳତା ପାଇଁ ସେ ନିଜର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ, ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, ପିତାମାତା ଓ ଆତ୍ମୀୟ ସ୍ଵଜନଙ୍କୁ କୃତଜ୍ଞତା ଜଣାଇଛନ୍ତି I ଗତବର୍ଷ ବିଦ୍ୟାଳୟର ଜଣେ ଭିନ୍ନକ୍ଷମ ଛାତ୍ରଙ୍କ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଦେଇ ୭୮ ପ୍ରତିଶତ ମାର୍କ ହାସଲ କରିଥିଲେ ଓମ୍ ପ୍ରସାଦ I ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଜନଜାତି ଗବେଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁ ଓ ସୁଗୃହିଣୀ ସସ୍ମିତା ସାହୁଙ୍କ ପୁତ୍ର ଓମ୍ ପ୍ରସାଦ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ଵାରା ଅନୁଷ୍ଠିତ କୁଇଜ ପ୍ରତିଯୋଗିତା ଓ ଓଡ଼ିଶା ସରକାରଙ୍କ ଶକ୍ତି ସଂରକ୍ଷଣ ବିଭାଗ ଦ୍ଵାରା ଅନୁଷ୍ଠିତ କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିଲେ I ବିଭିନ୍ନ ସଫଳତା ପାଇଁ ସମସ୍ତେ ଓମ୍ ପ୍ରସାଦର ଉତ୍ତରୋତ୍ତର ଉନ୍ନତି କାମନା କରୁଛନ୍ତି I

LEAVE A REPLY

Please enter your comment!
Please enter your name here