ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ହନୁମାନ ଚାଳିଶା ଓ ନାରାୟଣ ସେବା

0
76

ବ୍ରହ୍ମପୁର,୧୫/୦୫/୨୦୨୪:ଦିବ୍ୟ ଜୀବନ ସଂଘ ମହିଳା ଶାଖା, ବ୍ରହ୍ମପୁର ଆଶ୍ରମ ପରିସର ରେ ପବିତ୍ର ବୃଷ ସଂକ୍ରାନ୍ତି ଉପଲକ୍ଷେ ପ୍ରତି ମାସ ଭଳି ଦୈନିକ ପୂଜା ସହିତ ହନୁମାନ ଚାଳିଶା, ନାରାୟଣ ସେବା, ସୁନ୍ଦରକାଣ୍ଡ, ଆଦି ପାଠ କରାଯାଇଛି। ନାରାୟଣ ମାନଙ୍କୁ ସ୍ଵାଦିଷ୍ଟ ଭୋଜନ ସହିତ ଛତା ଓ ବସ୍ତ୍ର ବଣ୍ଟନ କରାଯାଇଥିଲା। ବୃଦ୍ଧଶ୍ରମ ର ସମସ୍ତ ଅନ୍ତେବାସୀ ଙ୍କୁ ପ୍ରସାଦ ସହିତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଷ୍ଟେସନ ନିକଟରେ ପ୍ରାୟ ଶତାଧିକ ଯାତ୍ରୀ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ମାମି ବେହେରା, ମମତା ମହାପାତ୍ର, ଶକୁନ୍ତଳା ଙ୍କ ପ୍ରଚେଷ୍ଟା ରେ ଚାଲିଆସୁଥିବା ଜଳ-ଛତ୍ର କାର୍ଯ୍ୟକ୍ରମ କୁ ସଂଘ ର କର୍ମକର୍ତ୍ତା ମାନେ ବହୁତ୍ ପ୍ରଶଂସା କରିଥିଲେ। ପ୍ରାୟ ଶତାଧିକ ଭକ୍ତ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ କୁ ସଂଘର ବରିଷ୍ଠ ସଦସ୍ୟ ରବୀନ୍ଦ୍ର ନାଥ ଦାସ, ଅରୁଣ ଦାସ, ମୁନା ପାଣିଗ୍ରାହୀ, ଉଦୟ ନାଥ ମହାରଣା, ଅଲେଖ ବେହେରା, ପଦ୍ମନାଭ ସାହୁ, ସାଗର ବେହେରା, ଶ୍ରୀନିବାସ ପାତ୍ର, ଶିବାଜୀ ବେହେରା, ପ୍ରଶାନ୍ତ ନନ୍ଦ, ଉପସ୍ଥିତ ରହି ପରିଚାଳନା କରିଥିଲେ। ପରିସେଶ ରେ ଦିବ୍ୟ ଜୀବନ ସଂଘ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here