ସାଧାରଣ ନିର୍ବାଚନ ପାଇଁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ବଣ୍ଟନକୁ ରୋକିବା ପାଇଁ କାର୍ଯ୍ୟକାରୀ କରାଯାଇଛି ।ବ୍ୟାଙ୍କ ପରିଚାଳକଙ୍କୁ ନେଇ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ

0
95

ଛତ୍ରପୁର, ୧୬/୦୫/୨୦୨୪ : ୧୯-ଆସ୍କା ଲୋକସଭା ଏବଂ ୮ ଗୋଟି ବିଧାନସଭାର ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବ । ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ,ଅବାଧ ଓ ମୁକ୍ତ କରିବା ନେଇ ସଦାସର୍ବଦା ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଜନିତ ଖର୍ଚ୍ଚକୁ ପରିଚାଳନା ଦିଗରେ ୧୯- ଆସ୍କା ଲୋକସଭା ଖର୍ଚ୍ଚ ପର୍ଯ୍ୟବେକ୍ଷକ ଜି. ଇଲାମୁରୁଗୁ ଏବଂ ୧୯-ଆସ୍କା ଲୋକସଭା ଏବଂ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଏବଂ ହିଞ୍ଜିଳି ବିଧାନସଭା ଖର୍ଚ୍ଚ ପର୍ଯ୍ୟବେକ୍ଷକ ମନିଷ୍ ଦୁଦପୁରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜଉଗଡ ସମ୍ମିଳନୀ କକ୍ଷ
ଠାରେ ଅନୁଷ୍ଠିତ ହୋଇଯାଇଛି । ଲିଡ୍ ବ୍ୟାଙ୍କ ପରିଚାଳକ ଏବଂ ଜିଲ୍ଲାର ସମସ୍ତ ମୁଖ୍ୟବ୍ୟାଙ୍କ ପରିଚାଳକ ମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ବ୍ୟାଙ୍କ କାରବାର ସମୟରେ ଟଙ୍କା ନେଣଦେଣ କାରବାରକୁ ସୀମିତ ରଖିବା ଏବଂ ସମସ୍ତ ନେଣଦେଣ ବ୍ୟାଙ୍କ ଖାତା ଜରିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ନେଣଦେଣ ରେକର୍ଡଭୁକ୍ତ ହେବ, ସେଥିସକାଶେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଖର୍ଚ୍ଚ ପର୍ଯ୍ୟବେକ୍ଷକଗଣ ଅଚାନକ ବ୍ୟାଙ୍କ ଗସ୍ତକରି ଏହି ନେଣଦେଣ ପ୍ରକ୍ରିୟାକୁ ଯାଂଚ୍ କରିବେ । ଏଣୁ ସମସ୍ତ ବ୍ୟାଙ୍କ ନେଣଦେଣ ପ୍ରକ୍ରିୟା ସୀମିତ ରଖି ବ୍ୟାଙ୍ଖ ଖାତା ଜରିଆରେ କରିବାକୁ କୁହାଯାଇଛି । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ-ତଥା- ରିଟର୍ଣ୍ଣିଂ ଅଧିକାରୀ ମଧୁମିତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here