ବ୍ରହ୍ମପୁର, ୨୭/୦୫/୨୦୨୪: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି l ଚଳିତ ୨୦୨୪ ବର୍ଷର ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷାରେ ଓଡ଼ିଶାର ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳର ପରୀକ୍ଷାର୍ଥୀମାନେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ବିଗତ ବର୍ଷ ତୁଳନାରେ ଅପାତତଃ ଭଲ କରିଥିବା ଘୋଷିତ ଫଳାଫଳ ତଥ୍ୟରୁ ଜଣାପଡୁଛି l
ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ଆଠଟି ଜିଲ୍ଲାରେ ଚଳିତ ୨୦୨୪ ବର୍ଷର +୨ କଳା ପରୀକ୍ଷାରେ ସର୍ବମୋଟ ୪୯୭୩୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୪୯୧୧୪ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୩୯୧୦୧ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୮. ୧୪ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୫୦୭୦ ଜଣ ପ୍ରଥମ, ୫୬୯୪ ଜଣ ଦ୍ବିତୀୟ ଓ ୨୬୬୫୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୯ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୮୫ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷାରେ ସର୍ବମୋଟ ୨୪୬୭୬ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୨୪୪୫୯ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୯୪୯୦ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୩. ୪୦ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୮୦୩୨ ଜଣ ପ୍ରଥମ, ୬୦୬୯ ଜଣ ଦ୍ବିତୀୟ ଓ ୪୮୪୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨୦ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୪୭ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପସଚିବ ଡକ୍ଟର୍ କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l
ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ସର୍ବମୋଟ ୫୧୪୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୫୦୯୯ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୩୯୭୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୭. ୭୯ ପ୍ରତିଶତ l ୧୨୨୧ ଜଣ ପ୍ରଥମ, ୭୮୨ ଜଣ ଦ୍ବିତୀୟ, ୧୯୫୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୧ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l +୨ ବାଣିଜ୍ୟ ପରୀକ୍ଷାରେ ଏ ବର୍ଷ କପି ଅଭିଯୋଗରେ ୪ ଜଣ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଛନ୍ତି l
ଅନୁରୂପ ଭାବରେ ଚଳିତ ବର୍ଷ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ସର୍ବମୋଟ ୯୫୪ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୯୩୧ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୨୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୫୪. ୬୨ ପ୍ରତିଶତ l ୮୯ ଜଣ ପ୍ରଥମ, ୨0୭ ଜଣ ଦ୍ବିତୀୟ, ୨୧୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ୨ ଜଣ କପି ଅଭିଯୋଗରେ ବୁକ୍ ହୋଇଛନ୍ତି l ୨୦୨୪ ପରୀକ୍ଷାରେ ଚାରିଟି ଯାକ ସ୍ରୋତର କୌଣସି ଜଣେ ହେଲେ ବି ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରହି ନ ଥିବା ଡ. ଓଝା ଜଣାଇଛନ୍ତି l
ଗଞ୍ଜାମ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୧୮୬୦୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୮୪୮୪ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୫୩୮୫ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୩. ୨୮ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୨୯୦୯ ଜଣ ପ୍ରଥମ, ୨୫୭୨ ଜଣ ଦ୍ବିତୀୟ ଓ ୯୮୯୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୮ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୧୯ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ଗଞ୍ଜାମ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୨୪୧୪ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୨୩୬୦ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧0୫୭୧ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୫. ୫୨ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୫୫୨୩ ଜଣ ପ୍ରଥମ, ୩୨୯୨ ଜଣ ଦ୍ବିତୀୟ, ୧୬୩୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦୭ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୧୧ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୨୨୬୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୨୫୫ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୮୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୧. ୮୧ ପ୍ରତିଶତ l ୮୦୦ ଜଣ ପ୍ରଥମ, ୩୪୨ ଜଣ ଦ୍ବିତୀୟ, ୬୮୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୬ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l କପି ଅଭିଯୋଗରେ ଜଣେ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଛନ୍ତି l
ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୨୮୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୭୪ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୮୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୬.୪୨ ପ୍ରତିଶତ l ୩୬ ଜଣ ପ୍ରଥମ, ୫୬ ଜଣ ଦ୍ବିତୀୟ, ୮୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
ଗଜପତି ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୩୪୮୪ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୪୫୦ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୭୭୫ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୦.୪୩ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୨୧୮ ଜଣ ପ୍ରଥମ, ୪୮୪ ଜଣ ଦ୍ବିତୀୟ ଓ ୨୦୫୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୪ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୨ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ଗଜପତି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୪୨୯ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୪୧୭ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୯୩୩ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୫. ୮୪ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୧୧୫ ଜଣ ପ୍ରଥମ, ୩୩୮ ଜଣ ଦ୍ବିତୀୟ, ୪୪୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୨ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୬ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଜପତି ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୮୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୮୫ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୪୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୪୮. ୨୩ ପ୍ରତିଶତ l ୭ ଜଣ ପ୍ରଥମ, ୧୫ ଜଣ ଦ୍ବିତୀୟ, ୧୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟରେ କେହି ପାଶ୍ କରି ନାହାନ୍ତି l
ସେହିପରି ଚଳିତ ବର୍ଷ ଗଜପତି ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୩୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୩୩ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୩୯. ୮୪ ପ୍ରତିଶତ l ୧୩ ଜଣ ପ୍ରଥମ, ୨୬ ଜଣ ଦ୍ବିତୀୟ, ୧୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l କମ୍ପାର୍ଟମେଣ୍ଟରେ କେହି ପାଶ୍ କରି ନାହାନ୍ତି l
କୋରାପୁଟ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୬୦୯୦ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୫୯୮୪ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୪୫୬୯ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୬. ୩୫ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୫୩ ଜଣ ପ୍ରଥମ, ୫୧୧ ଜଣ ଦ୍ବିତୀୟ ଓ ୨୦୨୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୪ ଜଣ କପି କରି ଧରା ପଡ଼ିଥିଲେ l
କୋରାପୁଟ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୩୪୯୯ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୪୫୮ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୫୦୪ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୨.୪୧ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୭୪୩ ଜଣ ପ୍ରଥମ, ୭୭୨ ଜଣ ଦ୍ବିତୀୟ, ୯୭୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୮ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୬ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୯୬୪ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୯୫୪ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୭୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୮.୦୯ ପ୍ରତିଶତ l ୧୬୬ ଜଣ ପ୍ରଥମ, ୧୩୮ ଜଣ ଦ୍ବିତୀୟ, ୪୩୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l କପି ଅଭିଯୋଗରେ ୨ ଜଣ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୨୦୧ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୯୭ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୦୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୫୦. ୭୬ ପ୍ରତିଶତ l ୧୨ ଜଣ ପ୍ରଥମ, ୩୨ ଜଣ ଦ୍ବିତୀୟ, ୫୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଜଣେ କପି କରି ଧରା ପଡ଼ିଥିଲେ l
ମାଲକାନଗିରି ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୩୧୬୪ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୦୯୬ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୨୮୭ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୩. ୮୬ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୭୮ ଜଣ ପ୍ରଥମ, ୧୮୭ ଜଣ ଦ୍ବିତୀୟ ଓ ୨୦୨୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୧୩ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ମାଲକାନଗିରି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୪୦୪ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୩୮୫ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୧୨୭ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୧. ୩୭ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୭୯ ଜଣ ପ୍ରଥମ, ୪୦୭ ଜଣ ଦ୍ବିତୀୟ, ୩୨୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୮ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୨ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୩୮୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୩୭୧ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୩0୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୩.୨୮ ପ୍ରତିଶତ ୬୬ ଜଣ ପ୍ରଥମ, ୭୨ ଜଣ ଦ୍ବିତୀୟ, ୧୭୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟରେ କେହି ପାଶ୍ କରି ନାହାନ୍ତି l
ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ନ ଥିବା ଏହି ସୂତ୍ରରୁ ପ୍ରକାଶ l
ନବରଙ୍ଗପୁର ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୪୬୪୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୪୫୭୪ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୩୨୪୭ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୦.୯୮ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୧୫୬ ଜଣ ପ୍ରଥମ, ୩୦୭ ଜଣ ଦ୍ବିତୀୟ ଓ ୨୭୮୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l କମ୍ପାର୍ଟମେଣ୍ଟାଲରେ କେହି ଉତ୍ତୀର୍ଣ୍ଣ ହୋଇ ନ ଥିବା ବେଳେ ବେଳେ ୨୧ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି ।ନବରଙ୍ଗପୁର ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୨୧୬୧ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୨୧୨୩ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୬୫୬ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୮.୦୦ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୪୧୦ ଜଣ ପ୍ରଥମ, ୫୯୨ ଜଣ ଦ୍ବିତୀୟ, ୬୨୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୫ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୧୩ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୪୩୪ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୪୨୯ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୨୭୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୩.୧୭ ପ୍ରତିଶତ l ୫୩ ଜଣ ପ୍ରଥମ, ୬୪ ଜଣ ଦ୍ବିତୀୟ, ୧୫୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟରେ କେହି ପାଶ୍ କରି ନାହାନ୍ତି l
ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନ ଥିଲେ lଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ କଳା ସ୍ରୋତରେ ୪୨୧୫ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୪୧୬୨ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୩୨୪୧ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୭.୮୭ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୨୭ ଜଣ ପ୍ରଥମ, ୪୯୪ ଜଣ ଦ୍ବିତୀୟ ଓ ୨୪୧୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଜଣେ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ରାୟଗଡ଼ା ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୨୪୨୬ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୨୪୦୫ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୮୧୫ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୫.୪୬ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୬୯୮ ଜଣ ପ୍ରଥମ, ୬୭୧ ଜଣ ଦ୍ବିତୀୟ, ୪୩୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୪ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୭୪୪ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୭୩୬ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୬୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୭.୩୦ ପ୍ରତିଶତ l ୧୦୫ ଜଣ ପ୍ରଥମ, ୧୧୭ ଜଣ ଦ୍ବିତୀୟ, ୩୪୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l କପି ଅଭିଯୋଗରେ ଜଣେ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୩୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୩୦ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୪୦.୦୦ ପ୍ରତିଶତ l ୬ ଜଣ ପ୍ରଥମ, ୩୭ ଜଣ ଦ୍ବିତୀୟ, ୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l ୨ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି lବୌଦ୍ଧ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୩୬୭୫ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୬୨୮ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୯୭୨ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୧.୯୧ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୫୧୮ ଜଣ ପ୍ରଥମ, ୪୭୧ ଜଣ ଦ୍ବିତୀୟ ଓ ୧୯୨୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l କମ୍ପାର୍ଟମେଣ୍ଟାଲରେ କେହି ପାଶ୍ କରି ନ ଥିବା ବେଳେ ୯ ଜଣ କପି ଅଭିଯୁକ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ l
ବୌଦ୍ଧ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୯୪ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୯୨ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୧୫ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୫୯.୮୯ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୪ ଜଣ ପ୍ରଥମ, ୩୮ ଜଣ ଦ୍ବିତୀୟ, ୩୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l
ସେହିପରି ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୨୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୦ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୧. ୮୧ ପ୍ରତିଶତ l ପ୍ରଥମ ଶ୍ରେଣୀରେ କେହି ନ ଥିବା ବେଳେ ଜଣେ ଦ୍ବିତୀୟ, ୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l କମ୍ପାର୍ଟମେଣ୍ଟାଲରେ କେହି ପାଶ୍ କରି ନାହାନ୍ତି। ସେହିପରି ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୭୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୭୪ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୪୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୫୬.୭୫ ପ୍ରତିଶତ l ୪ ଜଣ ପ୍ରଥମ, ୨୧ ଜଣ ଦ୍ବିତୀୟ ଶ୍ରେଣୀରେ ଓ ୧୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
କନ୍ଧମାଳ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୫୮୫୫ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୫୭୩୬ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୪୬୧୫ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୦.୪୫ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୪୧୧ ଜଣ ପ୍ରଥମ, ୬୬୮ ଜଣ ଦ୍ବିତୀୟ ଓ ୩୫୩୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଜଣେ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୬ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
କନ୍ଧମାଳ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୧୪୯ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୧୧୯ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୭୬୯ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୮.୭୨ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୧୩୦ ଜଣ ପ୍ରଥମ, ୨୯୪ ଜଣ ଦ୍ବିତୀୟ, ୩୪୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୬ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୯ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୨୪୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୪୯ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୫.୫୦ ପ୍ରତିଶତ l ୨୪ ଜଣ ପ୍ରଥମ, ୩୩ ଜଣ ଦ୍ବିତୀୟ, ୧୩0 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି lସେହିପରି ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୨୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୨୩ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୯୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୩.୯୮ ପ୍ରତିଶତ l ୧୮ ଜଣ ପ୍ରଥମ, ୩୫ ଜଣ ଦ୍ବିତୀୟ, ୩୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲରେ କେହି ଉତ୍ତୀର୍ଣ୍ଣ ହୋଇ ନ ଥିବା ଏବଂ ଜଣେ ପରୀକ୍ଷାର୍ଥୀ କପି କରି ଧରା ପଡ଼ିଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l