ସ୍ବର୍ଗୀୟା ପ୍ରଫେସର ସବିତା ପଟ୍ଟନାୟକ ଙ୍କ ସ୍ମୁତି ସଭା ଅନୁଷ୍ଠିତ

0
100

ବ୍ରହ୍ମପୁର, ୨୭/୦୫/୨୦୨୪:

ମହାମାୟୀ ମହିଳା ମହାବିଦ୍ୟାଳୟ ର ଖ୍ୟାତନାମା ଓଡ଼ିଆ ପ୍ରଫେସର୍ ସ୍ବର୍ଗୀୟା ଡ଼ଃ.ସବିତା ପଟନାୟକ ଙ୍କ ତୃତୀୟ ଶ୍ରାଦ୍ଧ ଦିବସ ରବିବାର ଦିନ ହାଇଦ୍ରାବାଦ ସ୍ଥିତ “ଅମନ୍ ଭେଦିକା ” (ଅର୍ଫାନେଜ୍ ହୋମ ଫର୍ ଗାର୍ଲ୍ ଚାଇଲ୍ଡ ) ଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅସହାୟ ଝିଅ ମାନଙ୍କ ସଶକ୍ତି କରଣ ପ୍ରତି ତାଙ୍କ ଅମାୟିକ ଉଦ୍ୟମ ଏବଂ ମହତ ଉଦ୍ଦେଶ୍ୟ ର ମର୍ମ ଗୁଡିକରେ ପ୍ରୋତ୍ସାହନ କରାଯାଇଥିଲା।
ତାଙ୍କର ଏହି ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ଝିଆରୀ ଡ଼ଃ. ରୀନା ଦାସ, ଝିଆରୀ ଜ୍ୱାଇଁ ସୁବ୍ରତ ମହାନ୍ତି,ନାତି ଅରମାନ, ଓଡ଼ିଶା ଫୋଟୋଗ୍ରାଫିକ ଏସୋସିଏସନ ର ସେକ୍ରେଟାରୀ ଗୌରୀ ମହାକୁଡ଼ ଏବଂ ଉଦୀୟମାନ ଫୋଟୋଗ୍ରାଫର ଶ୍ରେୟା ଙ୍କ ସହ କିଓ ଲିସ ହାଇଦରାବାଦ ମେଟ୍ରୋ ରେଲର ବହୁ ଜନଗଣ୍ୟଙ୍କ ଉପସ୍ଥିତିରେ ସୁଚାରୁ ରୂପେ ସମ୍ପୂର୍ଣ ହୋଇପାରିଛି ବୋଲି ତାଙ୍କ ଝିଆରୀ ଡ. ରୀନା ଦାସ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here