ବାଲିପଦର ଫାଣ୍ଡିରେ ନୂତନ ଓଆଇସି ନିଯୁକ୍ତି

0
94

ବୁଗୁଡା ୧/୬/୨୪ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡାର ବାଲିପଦର ଫାଣ୍ଡିରେ ନୂତନ ଓଆଇସି ଭାବେ କେ.ନିଳାଦ୍ରୀ ରେଡି ଜୁନ ୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଆଇସି ଶ୍ରୀ ରେଡି ବାଲିପଦର ଫାଣ୍ଡିରେ ଦାୟିତ୍ୱ ଗ୍ରହଣ ପୂର୍ବରୁ ତାରସିଙ୍ଗି ପୋଲିସ ଥାନାରେ କାର୍ଯ୍ୟରତ ଥିଲେ। ବାଲିପଦର ଫାଣ୍ଡିର ଦାୟିତ୍ୱ ଗ୍ରହଣ ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଙ୍ଗଠନ ଓଆଇସି ଶ୍ରୀ ରେଡିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାଲିପଦର ଅଞ୍ଚଳର ଶାନ୍ତି ଶୃଙ୍ଖଳା ରକ୍ଷା ସହ ଅସାମାଜିକ କାର୍ଯ୍ୟ କଳାପ ପ୍ରତି ପ୍ରାଥମିକତା ଦେବେ ବୋଲି ଓଆଇସି ଶ୍ରୀ ରେଡି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here