ବୁଲା କୁକୁର କାମୁଡ଼ାରେ ୭୦ ବର୍ଷର ମହିଳା ଗୁରୁତର

0
116

ବୁଗୁଡ଼ା ୦୧/୦୬/୨୪ ବୁଗୁଡା ବ୍ଳକ ଅନ୍ତର୍ଗତ ଅନ୍ତରପଡା ଗ୍ରାମରେ ଏକ ବୁଲା କୁକୁର ଜଣେ ୭୦ ବର୍ଷର ମହିଳାଙ୍କ ମୁଣ୍ଡକୁ କାମୁଡି ଦେଇଥିବା ଜଣାପଡିଛି। ଅସହ୍ଯ ଗରମ ଓ ଗୁଳୁଗୁଳି ପାଗ ଯୋଗୁଁ ଅନ୍ତରପଡା ଗ୍ରାମର ୭୦ ବର୍ଷର ମହିଳା ରଙ୍ଗବତୀ ସେଠୀ କବାଟ ଖୋଲି ଘରେ ଶୋଇଥିଲେ। ଏହି ସମୟରେ ଏକ ବୁଲା କୁକୁର ଘର ଭିତରକୁ ଯାଇ ମହିଳାଙ୍କ ମୁଣ୍ତକୁ କାମୁଡି ରକ୍ତାତ କରିଦେଇଥିଲା। ମହିଳା ଜଣଙ୍କ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଖବର ପାଇ ସ୍ଥାନୀୟ ସରପଞ୍ଚ ବସନ୍ତ କୁମାର ଶତପଥି ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଆହାତ ରଙ୍ଗବତୀଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ବର୍ତ୍ତମାନ ମହିଳା ଜଣକ ବୁଗୁଡ଼ାରେ ଚିକିତ୍ସାଧୀନ ଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ପ୍ରକାଶ ଥାଉକି ପ୍ରାୟ ଏକ ମାସ ପୂର୍ବେ ବୁଲା କୁକୁର କାମୁଡ଼ାରେ ୧୮ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ବର୍ତ୍ତମାନ ଏହି ଘଟଣାରେ ଗ୍ରାମବାସୀମାନେ ଭୟଭିତ ହୋଇପଡିଛନ୍ତି। ପ୍ରଶାସନ ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here