ବ୍ରହ୍ମପୁର, ୦୧/୦୬/୨୦୨୪: ଦିବ୍ୟ ଜୀବନ ସଂଘ ଲାଞ୍ଜିପଲ୍ଲୀ ଶାଖା ଏବଂ କଥା ବାଚକ ସ୍ବାମୀ ହରି ଶରଣlନନ୍ଦ ସରସ୍ୱତୀ ମହାରାଜ ଙ୍କ ତତ୍ତ୍ଵବଧlନରେ ବିଶ୍ୱ ବିଖ୍ୟାତ ଦିବ୍ୟ ଜୀବନ ସଂଘ ର ପ୍ରତିଷ୍ଠାତା ସ୍ବାମୀ ଶିବାନନ୍ଦ ସରସ୍ଵତୀ ମହାରାଜ ଙ୍କ ୧୦୦ତମ ସନ୍ୟାସୀ ଦୀକ୍ଷା ଦିବସ ଲାଞ୍ଜିପଲ୍ଲୀ ନୂଆଁ ବନ୍ଧ ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଥିଲା, ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଶ୍ରୀ ସୁକ୍ତୋ, ଶନିଶ୍ଚୋର୍ ସୋତ୍ରମ୍, ଭଜନ କୀର୍ତ୍ତନ, ଶ୍ରୀ ରାମ ଚରିତ ମାନସ ସହ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ କାମନା ନିମନ୍ତେ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ସଫଳତାମନ୍ତ୍ର, ଦେଵୀମନ୍ତ୍ର ଏବଂ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା, ସ୍ବାମୀ ଶିବାନନ୍ଦ ସରସ୍ଵତୀ ୧୮୮୭ ମସିହା ସେପ୍ଟେମ୍ବର ମାସ ୮ତାରିଖ ଦିନ ତାମିଲନାଡ଼ୁର ପଟ୍ଟାମୁଣ୍ଡାଇ ଠାରେ ଜନ୍ମଗ୍ରହଣ କରିଥିଲେ, ପରେ କୋଠର ତପସ୍ୟା କରି ୧୯୨୪ ମସିହା ଜୁନ ୧ ତାରିଖ ଦିନ ଋଷିକେଶ ସ୍ଥିତ କୈଳାଶ ଆଶ୍ରମର ସନ୍ଥ ସ୍ଵାମୀ ବିଶ୍ୱାନନ୍ଦ ସରସ୍ୱତୀ ଙ୍କ ଠାରୁ ସନ୍ନ୍ୟାସୀ ଦୀକ୍ଷା ଗ୍ରହଣ କରିଥିଲେ, ଏବଂ ଭାରତ ତଥା ସାରା ବିଶ୍ଵକୁ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଙ୍କ ଭଳି ସ୍ବାମୀ କ୍ରୀଷ୍ଣା ନନ୍ଦ, ସ୍ବାମୀ ପ୍ରେମାନନ୍ଦ, ସ୍ବାମୀ ଦେବାନନ୍ଦ, ସ୍ବାମୀ ଚିନ୍ମୟାନନ୍ଦ, ସ୍ବାମୀ ବିଷ୍ଣୁ ଦେବାନନ୍ଦ, ଙ୍କ ଭଳି ଅନେକ ସନ୍ଥ ମାନଙ୍କୁ ତିଆରି କରିଛନ୍ତି, ୩୦୦ ରୁ ଅଧିକ ଧର୍ମ ଗ୍ରନ୍ଥ ରଚନା କରିଛନ୍ତି, ଭଲ ହୁଅ ଭଲ କର, ମାନବ ସେବା ହିଁ ମାଧବ ସେବା ଅଟେ, ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଶିବାଜି ଭୁଷଣ ବେହେରା, ପ୍ରଦୀପ ମହାରଣା, ଡି ଚିନୀମା ରେଡି, ବି ଚନ୍ଦ୍ର ଶେଖର ରେଡି, ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ