ବ୍ରହ୍ମପୁର,୦୨/୦୬/୨୦୨୪:ସ୍ଥାନୀୟ
ଲିଙ୍ଗରାଜ ନଗର ସ୍ଥିତ ପଦ୍ମଶ୍ରୀ (ଡା.) କୃଷ୍ଣ ମୋହନ ପାଠୀଙ୍କ ବାସଭବନ ରେ ଓଷ୍ଟିଓପୋରୋସିସ (ଛିଦ୍ରମୟ ଅସ୍ଥି) ଏବଂ ଅନ୍ଯାନ୍ଯ ସ୍ବାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା ସହିତ ଇଉରିକ୍ ଏସିଡ, ଭିଟାମିନ ଡି-୩, ହେମୋଗ୍ଲୋବିନ, ଇ.ସି.ଜି, ସ୍ନାୟୁ ଦୌର୍ବଲ୍ୟତା ଇତ୍ୟାଦି ପରିକ୍ଷା କରାଯାଇଥିଲା ଏବଂ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ଶ୍ରୀଯୁକ୍ତ ବିଭୁ ପ୍ରସାଦ ପାଠୀ ଏହି ସ୍ବାସ୍ଥ୍ୟ ଶିବିରର ପରିଚାଳନା ଦାୟିତ୍ବ ନେଇଥିଲେ ।
ବିଶିଷ୍ଟ ଡାକ୍ତର ତଥା ସମାଜସେବୀ ଓ ରାଜନେତା ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏହି ଶିବିରରେ ଯୋଗଦାନ କରି ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ଓଡିଶା ରାଜ୍ଯ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ମହାରଣା ବି ଏହି ଶିବିରରେ ଯୋଗଦାନ କରିଥିଲେ ।
ବ୍ରହ୍ମପୁର ତଥା ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ସେମାନଙ୍କ ପରିବାର ସଦସ୍ଯଙ୍କ ସହ ଏହି ଶିବିରରେ ଯୋଗଦାନ କରି ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡ. ପାଠୀଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ ।
ଲାୟନ୍ସ କ୍ଲବ (ଟେକ୍ନୋ), ବ୍ରହ୍ମପୁରର ଅନେକ ସଦସ୍ଯ ଏହି ସ୍ବାସ୍ଥ୍ୟ ଶିବିରରେ ଅତି ଉତ୍ସାହ ଓ ଆଗ୍ରହର ସହିତ ଯୋଗଦାନ କରି ସ୍ବାସ୍ଥ୍ୟ ପରିକ୍ଷା କରିବା ସହ ଶିବିରର ପରିଚାଳନାରେ ସହଯୋଗ କରିଥିଲେ । ଭାରତ ବିକାଶ ପରିଷଦ, ରୋଟାରୀ କ୍ଲବ ଏବଂ ଅନେକ ପ୍ରତିଷ୍ଠିତ ସାମାଜିକ ସଂସ୍ଥାମାନଙ୍କର ଅନେକ ସଦସ୍ଯ ଏହି ସ୍ବାସ୍ଥ୍ୟ ଶିବିରରେ ନିଜ ନିଜର ସ୍ବାସ୍ଥ୍ୟର ପରିକ୍ଷା କରାଇ ଉପଯୁକ୍ତ ଡାକ୍ତରୀ ପରାମର୍ଶ ନେଇଥିଲେ ।
ଶ୍ରୀଯୁକ୍ତ ବିଭୁ ପ୍ରସାଦ ପାଠୀ, ଶ୍ରୀଯୁକ୍ତ ସୁରେଶ କୁମାର ପାଠୀ , ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଏ. ରାଜା ରାଓ, ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଏବଂ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ ।।