ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ଆସିକା ସାଂସଦ ନିର୍ବାଚିତ ।

0
95

ବୁଗୁଡା ୫/୬/୨୪ ପୋଲସରା ଅଞ୍ଚଳର ଟାଣୁଆ ରାଜନେତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ଆସିକା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ଆସିକା ସାଂସଦ ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦିତା କରି ପ୍ରମିଳା ବିଷୋୟୀଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ପୁଣି ଆସିକା ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦିତା କରି ସ୍ବର୍ଗତ ରାମକୃଷ୍ଣ ବାବୁଙ୍କ ରାଜନୈତିକ ଶିଷ୍ୟ, କୋଦଳା ସହରର ରାଜନେତା ହର ସାହୁଙ୍କ କନ୍ୟା ବିଜେଡି ପ୍ରାର୍ଥୀନୀ ଡକ୍ଟର ରଞ୍ଜିତା ସାହୁଙ୍କୁ ପ୍ରରାସ୍ତ କରି ଆସିକା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।ନିର୍ବାଚିତ ହେବା ପରେ ଅନିତା ପ୍ରିୟଦର୍ଶିନୀ ଆସିକା ସଂସଦୀୟ କ୍ଷେତ୍ରର ସମସ୍ତ ଭୋଟରମାନଙ୍କୁ କୃତଜ୍ଞତା ଜଣାଇବା ସହ ମହିଳାଙ୍କ ଉନ୍ନତି , ଶିକ୍ଷା, ଜଳସେଚନ , ପାନୀୟ ଜଳ, ସ୍ଵାସ୍ଥ୍ୟ, ବେକାରୀ ଦୂରୀକରଣ, ଦାଦନ ସମସ୍ୟା ଉପରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକରିବେ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here