ଭୂବନେଶ୍ୱର,୦୬/୦୬/୨୦୨୪:ଦିଲ୍ଲୀ ଚାଲିଗଲେ କି ଭିକେ ପାଣ୍ଡିଆନ୍ !।ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଗତକାଲି ବିଲମ୍ବିତ ରାତିରେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଦିଲ୍ଲୀରେ ଅଛନ୍ତି ନିଲମ୍ବିତ ଆଇ ପି ଏସ ଡିଏସ୍ କୁଟ୍ଟେ । ଦିଲ୍ଲୀରେ ପାଣ୍ଡିଆନ ଓ କୁଟ୍ଟେଙ୍କ ମଧ୍ୟରେ କି ମସୁଧା ଚାଲିଛି ? ସୂଚନା ଅନୁସାରେ ଗତକାଲି ନବୀନ ନିବାସରେ ହୋଇଥିବା ଦଳୀୟ ବୈଠକରେ ବି ଉପସ୍ଥିତ ନଥିଲେ ପାଣ୍ଡିଆନ୍ । ସେହିପରି ଗତକାଲି ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜଭବନ ଯାଇଥିଲେ ସେ ସମୟରେ ମଧ୍ୟ ପାଣ୍ଡିଆନ୍ ତାଙ୍କ ସହ ନଥିଲେ।