ସରକାରୀ ଲକ୍ଷ୍ମୀ ବସ୍ ଧକ୍କାରେ ନାବାଳକ ଗୁରୁତର

0
15

ପୋଲସରା ୦୬/୦୬/୨୪ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ରୁମାଗଡ ଗ୍ରାମରେ ସରକାରୀ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ନାବାଳକ ଗୁରୁତର ହୋଇ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ପୋଲସରାରୁ ଓଡ଼ି-୦୭ଏଟି-୯୫୨୫ ଲକ୍ଷ୍ମୀ ବସ୍ ପୋଲସରାରୁ ରୁମାଗଡକୁ ଯାଉଥିବା ସମୟରେ ରୁମାଗଡ ଗ୍ରାମରେ ଜଣେ ୧୨ ବର୍ଷର ନାବାଳକକୁ ଧକ୍କା ଦେଇଥିଲା। ନାବାଳକ ଜଣଙ୍କ ପୋଲସରା ବ୍ଳକର ମହୁଲ୍ଲପଲ୍ଲୀ ଗ୍ରାମର ରବୀନ୍ଦ୍ର ବିଷୋୟୀ ଅଟନ୍ତି। ରବୀନ୍ଦ୍ର ରୁମାଗଡ ଗ୍ରାମରେ ଆଈଙ୍କ ଘରେ ରହୁଥିଲେ। ବସ୍ ଧକ୍କା ଦେବା ଫଳରେ ରବୀନ୍ଦ୍ରଙ୍କ ଗୋଡ,ପାଦ,ମୁଣ୍ଡ ଓ ହାତକୁ ଗଭୀର ଆଘାତ ଲାଗିଥିଲା। ଗ୍ରାମ ଲୋକଙ୍କ ସହଯୋଗରେ ଆହାତ ରବୀନ୍ଦ୍ରଙ୍କୁ ସେହି ଲକ୍ଷ୍ମୀ ବସରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଆହାତ ରବୀନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

LEAVE A REPLY

Please enter your comment!
Please enter your name here