ଚକ୍ ଖଡି ଆର୍ଟରେ ରାମୋଜୀ ଗ୍ରୁଫ୍ ର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବିଜୟ

0
10

ବ୍ରହ୍ମପୁର,୦୮/୦୬/୨୦୨୪ : ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରାମୋଜୀ ରାଓଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏହି ଅବସରରେ ଚକ୍ ଆର୍ଟରେ ରାମୋଜୀ ଗ୍ରୁଫ୍ ର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଜଣେ ଇଂଞ୍ଜିନିୟର ଛାତ୍ର ତଥା ଯୁବ ଶିଳ୍ପୀ କେ. ବିଜୟ କୁମାର ରେଡି । ଆଜି ଭୋର୍ ସକାଳ ସମୟରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରାମୋଜୀ ରାଓଙ୍କ ଏହି ଖବର ପ୍ରଚାରିତ ହୋଇଥିବା ବେଳେ ଦେଶର ମିଡ଼ିଆ ଜଗତର ମହାନାୟକ ତଥା ଇଟିଭି ପ୍ରତିଷ୍ଠାତାଙ୍କ ଏଭଳି ବିୟୋଗରେ ଦେଶର ଏକ ଅପୂରଣୀୟ କ୍ଷତି ବୋଲି କହିବା ସହିତ ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଅଞ୍ଚଳର ଯୁବଶିଳ୍ପୀ ବିଜୟ ନିଜର ଚକ୍ ଆର୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here