ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବ୍ରହ୍ମପୁରଙ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଗସ୍ତ

0
20

ଛତ୍ରପୁର,୧୦/୦୬/୨୦୨୪:ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଉପସ୍ଥିତିରେ କାର୍ଯ୍ୟାଳୟର କାର୍ଯ୍ୟକାରୀତା, କର୍ମଚାରୀ ବିବରଣୀ, କ୍ୟାସବୁକ୍, ଷ୍ଟକ୍ ଏବଂ ଷ୍ଟୋର, ଦୃଶ୍ୟ ଶ୍ରାବ୍ୟ ଯନ୍ତ୍ରପାତି, ଗଣ ମାଧ୍ୟମ ପରିଚାଳନା ଆଦି ଅନୁଧ୍ୟାନ କରି ଏହାର ସଠିକ ପରିଚାଳନା ନେଇ ଆଲୋଚନା କରିଥିଲେ । ଏହା ବ୍ୟତୀତ କର୍ମଚାରୀ ମାନଙ୍କ ବ୍ୟକ୍ତିଗତ ସମସ୍ୟା ପଚାରି ବୁଝିବା ସହିତ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ମିଳିମିଶି ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ମହାପାତ୍ର ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଉପ ନିର୍ଦ୍ଦେଶକ ଭାବେ ଯୋଗଦାନ କରିବା ପରେ ଏହା ତାଙ୍କର ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ପ୍ରଥମ ଗସ୍ତ । ସୂଚନା କେନ୍ଦ୍ର ଓ ପାଠାଗାରରେ ମହଯୁଦ ଥିବା ବହିପତ୍ର, କସନ ମନି ରେଜିଷ୍ଟର, ଷ୍ଟକ୍ ରେଜିଷ୍ଟର, କ୍ୟାଟାଲଗ୍, ପାଠକ ଉପସ୍ଥାନ ବିବରଣୀ, ପ୍ରେସ କଟିଂ ଆଦି ତନଖି କରିଥିଲେ । ବିଭାଗ ଦ୍ବାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ର ବିକ୍ରୟ ଓ ଟ୍ରେଜେରୀ ଚାଲାଣ ଆଦି ଦେଖିଥିଲେ । ଶେଷରେ ଉପ ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟର ସମସ୍ତ ପ୍ରକୋଷ୍ଠ ବୁଲି ପରିଦର୍ଶନ କରିବା ସହ ଖୁସି ବ୍ୟକ୍ତ କରିବା ସହ କୋଠାର ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ରହିଥିବା ସମସ୍ତ ପାଠାଗାର ଗୁଡିକର ସ୍ଥିତି, ପୁସ୍ତକ ଗୁଡିକର ରକ୍ଷଣାବେକ୍ଷଣ ଦିଗରେ ଆଲୋଚନା କରିବା ସହିତ ପାଠକ ମାନଙ୍କ ନିମନ୍ତେ ଆସୁଥିବା ଖବରକାଗଜର ଅନୁଦାନ ବୃଦ୍ଧି ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here