ନିର୍ବାଚନ କାର୍ଯ୍ୟ ସମୟରେ ମୃତ କର୍ମଚାରୀମାନଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ରାଶି ମଞ୍ଜୁରୀ

0
46

ଭୁବନେଶ୍ୱର,୧୨/୦୬/୨୦୨୪:
ଏକକାଳୀନ ସାଧାରଣ ନିର୍ବାଚନ–୨୦୨୪ରେ ନିର୍ବାଚନ କାର୍ଯ୍ୟରେ ଥ‌ିବାବେଳେ ମୃତ୍ୟୁବରଣ କରିଥିବା ଦୁଇଜଣ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀ ଙ୍କୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶିକୁ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦୁଇ ମୃତ ନିର୍ବାଚନ କର୍ମଚାରୀ ହେଉଛନ୍ତି ସ୍ଵର୍ଗତ ଏସୋ ମାଝୀ(ଗଜପତି) ଓ ସ୍ଵର୍ଗତ ମନୋରଞ୍ଜନ ସାହୁ (ଯାଜପୁର) । ସେମାନେ ଯଥାକ୍ରମେ ଗଜପତି ଜିଲ୍ଲା ବୁଥ୍ ନମ୍ବର-୨୦୪ ଓ ଯାଜପୁର ଜିଲ୍ଲା ବୁଥ୍ ନମ୍ବର-୧୫୭ରେ ନିର୍ବାଚନ କର୍ମଚାରୀ ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ଦୁଇ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ସେମାନଙ୍କୁ ଶୀଘ୍ର ବିଧିମତେ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ଧଳ ଗଜପତି ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here