ବୁଗୁଡା, ୧୨/୦୬/୨୦୨୪ : ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଗୋକୁଳାନନ୍ଦ ମଳିକ ନିର୍ବାଚିତ ହେବାପରେ ଓଡିଶାର ପ୍ରଥମ ବିଜେପି ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ବ୍ଲକ ଓ ଏନଏସି ଏବଂ ବୁଗୁଡା ବ୍ଲକ ଓ ଏନଏସିକୁ ନେଇ ଗଠିତ ହୋଇଥିବା ବେଳେ ବୁଗୁଡା ବ୍ଳକର କୌଣସି ପୂର୍ବତନ ବିଧାୟକ ମନ୍ତ୍ରୀ ହୋଇନଥିଲେ। ବୁଗୁଡା ବ୍ଳକର ଗୋକୁଳାନନ୍ଦ ମଲ୍ଲିକ ପ୍ରଥମ ବ୍ୟକ୍ତି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରୀ ମଣ୍ଡଳୀରେ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ବୁଗୁଡା ବ୍ଳକର ପ୍ରଥମ ବ୍ୟକ୍ତି ଭାବେ ଶ୍ରୀ ମଳିକ ମନ୍ତ୍ରୀ ହୋଇଥିବା ଯୋଗୁଁ ଦଳମତ ନିର୍ବିଶେଷରେ ସମସ୍ତେ ଆନନ୍ଦ ପ୍ରକାଶ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ବୁଗୁଡା ବ୍ଳକର ଶ୍ରୀ ମଳିକ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଥିବା ଯୋଗୁଁ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ବୁଗୁଡା ଓ ପୋଲସରାର ଜନସାଧାରଣ ସାଧୁବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି।