ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଗବେଷଣା ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ପାଇଁ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଲୋକାର୍ପଣ

0
66

ବ୍ରହ୍ମପୁର,୧୩/୦୬/୨୦୨୪: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଗୋଷ୍ଠୀଗତ ଗବେଷଣା ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ଦେବା ପାଇଁ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଲୋକାର୍ପଣ କରିଛନ୍ତି । ପ୍ରଫେସର ଦାସଙ୍କ କରକମଳରେ ଉନ୍ମୋଚିତ ହୋଇଛି ଗବେଷଣା ପ୍ରଗୋଷ୍ଠୀ @ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କଂପେଣ୍ଡିଅମ୍ ଏବଂ ରିସର୍ଚ୍ଚ ଏଣ୍ଡ ଡେଭଲ୍ପମେଣ୍ଟ ସେଲ୍ ର ସୂଚନା ପ୍ରଦର୍ଶନ ବୋର୍ଡ । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀ ସଚ୍ଚିଦାନନ୍ଦ ନାୟକ ଏବଂ ରିସର୍ଚ୍ଚ ଏଣ୍ଡ ଡେଭଲ୍ପମେଣ୍ଟ ସେଲ୍ ର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ସମେତ ଆର ଏଣ୍ଡ ଡି ସେଲ ର ସଦସ୍ୟ ଶ୍ରୀ ମନମୋହନ ବେହେରା, ଶ୍ରୀମତୀ ଉଜ୍ଜ୍ୱଳବତୀ ନାୟକ ଏବଂ ଶ୍ରୀ ଗୌରବ ଦାସଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନ ସମାରୋହ ହୋଇଥିଲା । ଏ ପ୍ରକଳ୍ପସମୂହ ଗବେଷଣା କ୍ଷେତ୍ରରେ ନବୀନତା, ବହୁମୁଖିତା ସଙ୍ଗେ ସଙ୍ଗେ ଗବେଷଣା ମାନ ବୃଦ୍ଧି ନିମନ୍ତେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିବଦ୍ଧତାକୁ ସୂଚିତ କରାଏ ।

LEAVE A REPLY

Please enter your comment!
Please enter your name here