ଭୁବନେଶ୍ବର,୧୩/୦୬/୨୦୨୪: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଫେକ୍ ଆଇଡି ଖୋଲା ହୋଇଛି। ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବାର ୨୪ ଘଣ୍ଟା ନପୁରୁଣୁ ତାଙ୍କ ନାମରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇ ତାଙ୍କୁ ବଦ୍ନାମ କରିବାକୁ ଉଦ୍ୟମ କରାଯାଇଛି। ସେହି ଫେକ୍ ଆକାଉଣ୍ଟରେ ଫେକ୍ ନ୍ୟୁଜ୍ ପୋଷ୍ଟ ହେଉଛି, ଯାହାକି ଅନେକଗୁଡ଼ିଏ ଡିଜିଟାଲ ଓ ଟେଲିଭିଜନରେ ପ୍ରକାଶ ପାଇଛି। ଏଘଟଣା ସଂର୍ପରେ ସରକାର ଜାଣିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଦୁଇଟି(ଫେକ୍ ଓ ପ୍ରକୃତ)ର ମାଷ୍ଟହେଡ୍ ସମାନ ରହିଥିଲା ବେଳେ ଫେକ୍ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘ଏକ୍ସ’ ଆକାଉଣ୍ଟ ହେଉଛି @MohanModisha। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସ୍ବୁକ୍ ଆକାଉଣ୍ଟ https://facebook.com/MohanMOdisha ରହିଥିବା ବେଳେ Instagram https://instagram.com/mohanmodisha/ରହିଛି।