କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

0
53

ଭୂବନେଶ୍ୱର,୧୪/୦୬/୨୦୨୪: ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ (ରାଜା) ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାବେ ମହାମହିମ ରାଜ୍ୟପାଳ ରଘୁବର ଦାସ ଶପଥପାଠ କରାଇଛନ୍ତି । ରାଜଭବନ ପରିସରରେ ଥିବା ଅଭିଷେକ ହଲ୍ ଠାରେ ଏହି ଶପଥଗ୍ରହଣ ଉତ୍ସବ ହୋଇଥିଲା ।ଅନ୍ୟପଟେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ରାଜା ସ୍ୱାଇଁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତାବ ଦେଇଥିଲେ । ଉଭୟ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ସେ ଦେଇଛନ୍ତି । ଆସନ୍ତା ୧୮ ଓ ୧୯ ତାରିଖରେ ବିଧାନସଭା ରେ ବିଧାୟକ ମାନଙ୍କ ଶପଥଗ୍ରହଣ ହେବ । ଆସନ୍ତା ୨୦ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବ । କାମଚଳା ବାଚସ୍ପତି ଭାବେ ଏହି ୩ ଦିନର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇବି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here